ମୋଦି ସରକାରଙ୍କ ବିରୋଧରେ ଦିଲ୍ଲୀରେ ବିରୋଧ ପ୍ରଦର୍ଶନ ପାଇଁ କୋଟିଏ ଟଙ୍କାରେ ୨ଟି ଟ୍ରେନ ଭଡାରେ ନେଲେ ନାଇଡୁ

Published By : Prameya-News7 Bureau | February 09, 2019 IST

ଶ୍ରୀକାକୁଲମ ୯/୨ : ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ ଦିଲ୍ଲୀରେ କେନ୍ଦ୍ର ସରକାରଙ୍କୁ ବିରୋଧ ପ୍ରଦର୍ଶନ କରିବା ପାଇଁ 'ଧର୍ମ ପୋରତା ଦୀକ୍ଷା'ର ଆୟୋଜନ କରିଛନ୍ତି | କେନ୍ଦ୍ର ସରକାର ରାଜ୍ୟର ପୁନର୍ଗଠନ ଅଧିନିୟମ ଏବଂ ବିଶେଷ ଦର୍ଜା ପାଇଁ ପ୍ରତିଶୃତି ଦେଇଥିଲେ | କିନ୍ତୁ କେନ୍ଦ୍ର ସରକାରଙ୍କ ନିଜ ପ୍ରତିଶୃତି ରକ୍ଷା କରିନଥିବା ନାଇଡୁ ଅଭିଯୋଗ କରିଛନ୍ତି | ଆନ୍ଧ୍ରପ୍ରଦେଶ ସରକାର ଏହି ପ୍ରଦର୍ଶନ ପାଇଁ ୧ କୋଟି ଟଙ୍କା ଖର୍ଚ୍ଚ କରି ୨ଟି ଟ୍ରେନ ଭଡାରେ ନେଇଛନ୍ତି | ଏହି ଦୁଇଟି ଟ୍ରେନ ଅନନ୍ତପୁରମ ଏବଂ ଶ୍ରୀକାକୁଲମରୁ ଦିଲ୍ଲୀ ଯାତ୍ରା କରିବ |


ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ଏକ ସୂଚନାରେ କୁହାଯାଇଛି ଯେ, ଆନ୍ଧ୍ର ପ୍ରଦେଶ ସରକାର ଦକ୍ଷିଣ ମଧ୍ୟ ରେଲୱେ, ସିକନ୍ଦରାବାଦ ଠାରୁ ୨୦ ଡବା ବିଶିଷ୍ଟ ଦୁଇଟି ସ୍ୱତନ୍ତ୍ର ଟ୍ରେନ ଭଡାରେ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି | ଏଥିରୁ ଗୋଟିଏ ଟ୍ରେନ ଅନନ୍ତପୁରରୁ ଏବଂ ଅନ୍ୟ ଟ୍ରେନ ଶ୍ରୀକାକୁଲମରୁ ଫେବୃଆରୀ ୧୦ ତାରିଖ ଅର୍ଥାତ ଆସନ୍ତାକାଲି ଦିଲ୍ଲୀ ଯିବ | ପ୍ରଦର୍ଶନରେ ଭାଗ ନେଉଥିବା ରାଜନୈତିକ ଦଳର କର୍ମକର୍ତ୍ତା ଏବଂ ଅଣସରକାରୀ ସଂଗଠନ କର୍ମୀଙ୍କୁ ନେଇ ଟ୍ରେନ ଦିଲ୍ଲୀ ଯିବ | ଫେବୃଆରୀ ୧୧ ତାରିଖରେ ଏମାନେ ଦିଲ୍ଲୀରେ ବିରୋଧ ପ୍ରଦର୍ଶନ କରିବେ | ଏଥିପାଇଁ ସରକାର ୧, ୨୧୬୪୬୫ ଟଙ୍କାର ପ୍ରଶାସନିକ ମଞ୍ଜୁରୀ ଦେଇଛନ୍ତି |


ଏହା ପୂର୍ବରୁ ଆନ୍ଧ୍ର ପ୍ରଦେଶ ସରକାର କାପୂ ସମ୍ପ୍ରଦାୟ ଏବଂ ସାଧାରଣ ବର୍ଗ ଙ୍କ ପାଇଁ ବଡ ଘୋଷଣା କରିଛନ୍ତି | ଗୁରୁବାର ବିଧାନସଭା କାପୂ ସମ୍ପ୍ରଦାୟ ଲୋକଙ୍କୁ ୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଏବଂ ଆର୍ଥିକ ଅସ୍ୱଚ୍ଛଳ ବର୍ଗଙ୍କୁ ମଧ୍ୟ ୫ ପ୍ରତିଶତ ସଂରକ୍ଷଣ ଦିଆଯାଇଛି | କାପୂ ସମ୍ପ୍ରଦାୟର ୫ ପ୍ରତିଶତ ସଂରକ୍ଷଣ ମଧ୍ୟରୁ ଏକ ତୃତୀୟାଂଶ ମହିଳାଙ୍କ ପାଇଁ ସଂରକ୍ଷଣ ରହିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.