Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମାଟ୍ରିକ୍‍ ପାସ୍ କଲେ ଦାନ ମାଝୀଙ୍କ ଝିଅ ଚାନ୍ଦିନୀ ମାଝୀ

25/06/2021 at 10:11 PM

କଳାହାଣ୍ଡି ୨୫।୦୬:  ଶୁକ୍ରବାର ପ୍ରକାଶିତ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ବହୁ ଚର୍ଚ୍ଚିତ ଦାନ ମାଝୀଙ୍କ ବଡ଼ ଝିଅ ଚାନ୍ଦିନୀ ମାଝୀ । ୨୦୧୬ ମସିହାରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ-ରାମପୁର ବ୍ଲକ ଅର୍ନ୍ତଗତ ମେଲଘର ଗାଁର ଦାନ ମାଝୀ ନିଜ ପତ୍ନୀଙ୍କ ଶବକୁ ଦୀର୍ଘ ୧୦ କିଲୋମିଟର କାନ୍ଧରେ ବୋହି ଚାଲି ଚାଲି ଆସିବା ଘଟଣା ଚର୍ଚ୍ଚାକୁ ଆସିଥିଲା। ସେହି ସମୟରେ ଏହି ଘଟଣା ରାଜ୍ୟଠୁ ନେଇ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଖବରକାଗଜର ଶିରୋନାମା ପାଲଟିଥିଲା। ଅସମୟରେ କିସ୍‍ ସାହାଯ୍ୟର ହାତ ବଢାଇବାରୁ ଆଜି ତାଙ୍କ ବଡ଼ଝିଅ ମାଟ୍ରିକ୍‍ ପାସ୍ କରିପାରିଛି । ମୋଟ ୨୮୦ ମାର୍କ ରଖି ଚାନ୍ଦିନୀ ପାସ୍ କରିଛନ୍ତି।

   Related Posts