ଭୂତ ଗାଡି କେଳେଙ୍କାରୀ: ବଡଚଣା ପୋଲିସର ଜୋରଦାର ଧରପଗଡ

Published By : Prameya-News7 Bureau | April 07, 2021 IST

ଯାଜପୁର ୭|୪: ଯାଜପୁର ଚଣ୍ଡିଖୋଲ RTO ଭୂତଗାଡ଼ି କେଳେଙ୍କାରି ମାମଲାରେ ପୁଣି ନୂଆ ମୋଡ । ୨୦୧୬ରେ ଚଣ୍ଡିଖୋଲ RTO ରେ ଭୂତଗାଡି କେଳେଙ୍କାରୀ ସାମ୍ନାକୁ ଆସିଥିଲା । ନକଲି ନମ୍ବର ପଞ୍ଜିକରଣ କରି ବହୁ ଟ୍ୟାଙ୍କର ରାଜ୍ୟର ବିଭିନ୍ନ ସ୍ଥାନକୁ ପେଟ୍ରୋଲ, ଡିଜେଲ, କିରୋସିନ ପରିବହନ କରୁଥିବା ନଜରକୁ ଆସିଥିଲା ।

ସେଥିମଧ୍ୟରୁ ଅନେକ ଟ୍ୟାଙ୍କର ଗାଡ଼ି ଚଣ୍ଡିଖୋଲ RTO ରେ ପଞ୍ଜିକରଣ ଦର୍ଶାଇ ନକଲି ନମ୍ବର ପ୍ଲେଟ ଲଗାଇ ଏହି କାରବାର କରୁଥିଲେ । ଚୋରା କାରବାର ଧରପଗଡ ବେଳେ ବହୁ ଗାଡ଼ି ଜବତ କରାଯାଇଥିଲା । ଘଟଣାରେ RTO ଅଫିସ ର କିଛି କର୍ମଚାରୀ ଓ ଦଲାଲଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତତକାଳିନ RTO ମଧ୍ୟ ସଂପୃକ୍ତ ଘଟଣାରେ ନିଲମ୍ବିତ ହୋଇଥିଲେ । ଦୀର୍ଘ ପାଞ୍ଚ ବର୍ଷ ପରେ ଯାଜପୁର Spଙ୍କ ନିର୍ଦ୍ଦେଶ କର୍ମେ ପୁଣି ବଡ଼ଚଣା ପୋଲିସ ତନାଘନା ଆରମ୍ଭ କରିଛି । ଏହି ଘଟଣାରେ ସଂପୃକ୍ତ ସଂସ୍ଥା ଗୁଡ଼ିକ ଅଧିକାରୀଙ୍କୁ ପଚରାଉଚରା କରିଛି ପୋଲିସ୍ । ଆଗାମୀ ଦିନରେ ପୋଲିସର ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ଚଣ୍ଡିଖୋଲ RTO କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.