ଚଣ୍ଡିଖୋଲ ପ୍ରେସ୍ କ୍ଲବ୍ ପକ୍ଷରୁ ଦୁଇ ସାମ୍ବାଦିକଙ୍କୁ ଶ୍ରଦ୍ଧାଞ୍ଜଳି

Published By : Prameya-News7 Bureau | September 27, 2021 IST

ଚଣ୍ଡିଖୋଲ, ୨୭।୦୯ : ରାଜ୍ୟର ଦୁଇ ଜଣ ବରିଷ୍ଠ ସାମ୍ବାଦିକ ମନୋରମା ମହାପାତ୍ର ଓ ଅରିନ୍ଦମ ଦାସଙ୍କ ବିୟୋଗରେ ଶୋକ । ଯାଜପୁର ଜିଲ୍ଲା ଚଣ୍ଡିଖୋଲ ପ୍ରେସ କ୍ଳବ ପକ୍ଷରୁ ଉଭୟ ସାମ୍ବାଦିକଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଯାଇଛି ।

ସୂଚନାନୁସାରେ, କିଛି ଦିନ ପୂର୍ବରୁ ସାହିତ୍ୟ ଜଗତର ଜଣେ ଅନନ୍ୟ ପ୍ରତିଭା ତଥା ବରିଷ୍ଠ ସାମ୍ବାଦିକା ମନୋରମା ମହାପାତ୍ରଙ୍କ ବିୟୋଗ ହୋଇଥିଲା । ଅନ୍ୟ ପଟେ ଶୁକ୍ରବାର ଦିନ ମୁଣ୍ଡୁଳି ଠାରେ ହାତୀ ଉଦ୍ଧାର ପାଇଁ ଯାଇଥିବା ଓଡ୍ରାଫ ଟିମ ସହ ଗଣମାଧ୍ୟମ ପ୍ରତିନିଧି ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ହୋଇଥିଲା । ଯାହା ସାରା ଓଡିଶାକୁ ସ୍ତବ୍ଧ କରିଦେଇଥିଲା । ଏହି ଦୁଇ ବରିଷ୍ଠ ସାମ୍ବାଦିକଙ୍କ ବିୟୋଗ ସାମ୍ବାଦିକତା ଜଗତ ପାଇଁ ଅପୂରଣୀୟ କ୍ଷତି ଅଟେ ।

ଚଣ୍ଡିଖୋଲ ପ୍ରେସ କ୍ଳବର ସଭାପତି ପ୍ରଦୀପ ପରିଡାଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ବହୁ ସାମ୍ବାଦିକ ଯୋଗ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ.।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.