ଚଣ୍ଡିଖୋଲରେ ପହଁଚିଲେ କେନ୍ଦୁଝରରୁ ବାହାରିଥିବା ପଦଯାତ୍ରୀ : ୪ ଦଫା ଦାବିରେ ନବୀନ ନିବାସ ଅଭିମୁଖେ କରୁଛନ୍ତି ଯାତ୍ରା

Published By : Prameya-News7 Bureau | October 05, 2021 IST

ଚଣ୍ଡିଖୋଲ, ୦୫|୧୦:   କେନ୍ଦୁଝର ଜିଲ୍ଲାର ମା' ଧନେଇ ସେବା ସଙ୍ଘ ପକ୍ଷରୁ ୪ ଦଫା ଦାବୀ ନେଇ ନବୀନ ନିବାସ ଅଭିମୁଖେ ପଦଯାତ୍ରା ।  କେନ୍ଦୁଝରରୁ ଭୁବନେଶ୍ୱର ଅଭିମୁଖେ ବାହାରିଥିବା ପଦଯାତ୍ରୀ ଚଣ୍ଡିଖୋଲ ଛକରେ ପହଁଚିଛନ୍ତି ।

ପଦଯାତ୍ରୀଙ୍କ କହିବାନୁସାରେ, କେନ୍ଦୁଝର ଜିଲ୍ଲା ଖଣି ଖାଦାନର ଇଲାକା ହୋଇଥିବା ବେଳେ ଏଠାରେ ଆଖି ଦୃଶିଆ ବିକାଶ ହୋଇ ପାରିନାହିଁ । ଆନନ୍ଦପୁରରୁ ଚମ୍ପୁଆକୁ ରେଳ ସଂଯୋଗ, ୨୦ ନମ୍ବର ଜାତୀୟ ରାଜପଥ କାର୍ଯ୍ୟ ସମ୍ପୂର୍ଣ, କେନ୍ଦୁଝର ଜିଲ୍ଲାରେ ଏକ ବୃହତ ଇସ୍ପାତ କାରଖାନା ପ୍ରତିଷ୍ଠା ଭଳି ୪ ଦଫା ଦାବି ନେଇ ସେମାନେ ପଦଯାତ୍ରାରେ ବାହାରିଛନ୍ତି ।

 ବିଭିନ୍ନ ସେବା ସଙ୍ଘର କର୍ମକର୍ତ୍ତାମାନେ ପବିତ୍ର ଗାନ୍ଧି ଜୟନ୍ତୀରୁ କେନ୍ଦୁଝରରୁ ଭୁବନେଶ୍ୱରକୁ ଏକ ପଦଯାତ୍ରାରେ ବାହାରିଥିଲେ ।    ସେମାନେ ମଙ୍ଗଳବାର ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଛକରେ ପହଁଚି ଥିଲ ।.କେନ୍ଦୁଝର ଜିଲ୍ଲାର ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆସନ୍ତା ୮ ତାରିଖ ଦିନ ନବୀନ ନିବାସରେ ଏକ ସ୍ମାରକ ପତ୍ର ପ୍ରଦାନ କରିବେ ବୋଲି ସଙ୍ଘ ର କର୍ମକର୍ତା ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.