ରାହାଜାନି ବେଳେ ଚଢ଼ଉ କଲା ପୋଲିସ୍‌, ବନ୍ଧୁକ ଜବତ ସହ ଜଣେ ଗିରଫ

Published By : Prameya-News7 Bureau | March 09, 2021 IST

ଚଣ୍ଡିଖୋଲ, ୦୯/୦୩: ଚଣ୍ଡିଖୋଲ ଅଞ୍ଚଳରେ କିଛିଦିନ ତଳେ ପୋଲିସ୍‌ ଗାଡ଼ି ପୋଡ଼ି ଘଟଣାକୁ ନେଇ ପରିସ୍ଥିତି ଅଶାନ୍ତ ଥିବା ବେଳେ ଗତକାଲି ୩ଜଣ ଯୁବକ ଖୁଲମ୍‌ଖୁଲା  ରାହାଜାନି କରୁଥିବା ଜଣାପଡ଼ିଛି । ହେଲେ ଏହି ସମୟରେ ପୋଲିସ ପହଞ୍ଚି ଜଣକୁ ଗିରଫ କରିଥିବା ବେଳେ ଦୁଇ ଜଣ ଫେରାର ହୋଇ ଯାଇଛନ୍ତି ।

ଘଟଣଆ ଅନୁସାରେ, ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧୀନ ଅଚ୍ୟୁତପୁର ଛକରେ ଗତକାଲି ରାତିରେ ୩ ଜଣ ଯୁବକ ବନ୍ଧୁକ ଦେଖାଇ ଯାତ୍ରୀଙ୍କ ଠାରୁ ଲୁଟ ଉଦ୍ୟମ କରୁଥିଲେ । ଏହି ସମୟରେ ଧର୍ମଶାଳା ପୋଲିସ ରାତ୍ରି ପେଟ୍ରୋଲିଙ୍ଗ କରୁଥିଲା । ଫଳରେ ଏ ସମ୍ବନ୍ଧରେ ସୂଚନା ପାଇବା କ୍ଷଣି ସେଠାରେ ପେଟ୍ରୋଲିଂ ଭ୍ୟାନ୍‌ ପହଞ୍ଚିଯାଇଥିଲା ।

ଏହି ଘଟଣାରେ ପୋଲିସ ଜଣକୁ କାବୁ କରିନେଇ ଥିବା ବେଳେ ଅନ୍ୟ ଦୁଇ ଜଣ ଫେରାର ହୋଇ ଯାଇଛନ୍ତି । ଗିରଫ ଯୁବକ ଜଣକ ସ୍ଥାନୀୟ ଅଂଚଳର ବ୍ରିଜେସ ପ୍ରଧାନ, ଯୁବକଙ୍କ ନିକଟରୁ ବନ୍ଧୁକ ଜବତ କରିବା ସହ ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.