ଭୁବନରୁ ଚଣ୍ଡିଖୋଲକୁ ଚାଲାଣ ହେଉଥିଲା ଗଞ୍ଜେଇ, ମାଡି ବସିଲା ପୋଲିସ

Published By : Prameya-News7 Bureau | October 26, 2021 IST

ଚଣ୍ଡିଖୋଲ,୨୬/୧୦: ବିପୁଳ ପରିମାଣର ଗଞ୍ଜେଇ ଜବତ । ଯାଜପୁର ଜିଲ୍ଲା ବଡ଼ଚଣା ପୋଲିସ ଏହି ଗଞ୍ଜେଇକୁ  ଜବତ କରିଛି । ଏହାସହ ଜଣଙ୍କୁ ଗିରଫ କରିଛି ପୋଲିସ ।

ସୂଚନାନୁସାରେ, ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରୁ ଗଞ୍ଜେଇ ନେଇ ଅଭିଯୁକ୍ତଜଣଙ୍କ ଚଣ୍ଡିଖୋଲକୁ ଆସୁଥିଲେ । ଏହି ସମୟରେ  ତାଙ୍କୁ ବଡ଼ଚଣା ପୋଲିସ ଚଣ୍ଡିଖୋଲ ଛକରେ ଅଟକାଇଥିଲା । ଏହା ସହ ବ୍ୟକ୍ତିଙ୍କଠୁ ଗଞ୍ଜେଇ ଜବତ କରିଥିଲା ।

ଗିରଫ ଅଭିଯୁକ୍ତ ହେଲେ ରମେଶ ରାଜ ସାହୁ । ସେ ଭୁବନ ଅଞ୍ଚଳର ଅଟନ୍ତି । ତାଙ୍କ ନିକଟରୁ ପୋଲିସ ୧୦ କେଜି ୪୦ ଗ୍ରାମର ଗଞ୍ଜେଇ ଜବତ କରିଛି । ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଘଟଣାର ଅଧିକ ତଦନ୍ତ ଆରମ୍ଭ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.