ମହାନବମୀ ପାଇଁ ଚଳଚଞ୍ଚଳ ଯାଜପୁର, ଚଣ୍ଡିଖୋଲର ବିଭିନ୍ନ ପୂଜାମଣ୍ଡପରେ ଚାଲିଛି ମା'ଙ୍କ ଆରାଧନା

Published By : Prameya-News7 Bureau | October 14, 2021 IST

ଚଣ୍ଡିଖୋଲ,୧୪/୧୦: ଗୁରୁବାର  ଜଗତଜନନୀ ମା' ଦୁର୍ଗାଙ୍କ  ମହାନବମୀ ପାଳିତ ହେଉଛି । ବିଭିନ୍ନ ପୂଜା ମଣ୍ଡପରେ ଚାଲିଛି ମା'ଙ୍କ ପୂଜାର୍ଚ୍ଚନା । ଯାଜପୁର ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପରେ ବହୁ ଆଡମ୍ବରରେ ମା'ଙ୍କ ପୂଜା ଚାଲୁ ରହିଛି ।

ଜିଲ୍ଲାର ବଡ଼ଚଣା ଓ ଚଣ୍ଡିଖୋଲ ଦୁର୍ଗା ମଣ୍ଡପରେ ମାଙ୍କ ପୂଜାର୍ଚ୍ଚନା ଚାଲୁ ରହିଛି । ବଡ଼ଚଣା ପୂଜା ମଣ୍ଡପରେ ଦୀର୍ଘ ୬୫ ବର୍ଷ ଧରି ପୂଜା ହୋଇ ଆସୁଥିବା ବେଳେ ଚଣ୍ଡିଖୋଲ ପୂଜା ମଣ୍ଡପରେ ୩୬ ବର୍ଷ ହେବ ମା'  ପୂଜା ପାଇ ଆସୁଛନ୍ତି ।

ଗୁରୁବାର ମା'ଙ୍କ ନବମୀ ପୂଜା ଯଥା ରୀତିନୀତିରେ ଆରମ୍ଭ ହୋଇଛି । ସକାଳୁ ସୂର୍ଯ୍ୟ ପୂଜା ସରିଥିବା ବେଳେ ପରେ ପରେ ମାଙ୍କ ଷୋଡଶ ଉପଚାର ପୂଜା, ଚଣ୍ଡୀପାଠ, ପୂର୍ଣ୍ଣାହୁତି ପୂଜା ହେବ । ସରକାରଙ୍କ କରୋନା କଟକଣା ପାଳନ ଦେବୀଙ୍କ ପୂଜା ଚାଲୁ ରହିଛି ।  ଭକ୍ତଙ୍କୁ ପୂଜା ମଣ୍ଡପକୁ ଆସିବା ପାଇଁ ବାରଣ କରାଯାଇ ଥିବା ବେଳେ ମଣ୍ଡପ ବାହାରୁ ଭକ୍ତ ମାନେ ଦେବୀଙ୍କୁ ଦର୍ଶନ କରୁଛନ୍ତି ।  ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ କ୍ଷୋଭ ଦେଖା ଦେଇଛି ।ଆଗାମୀ ଦିନରେ ମା' କରୋନା ମହାମାରୀକୁ ସମ୍ପୂର୍ଣ ନାଶ କରନ୍ତୁ ବୋଲି ଭକ୍ତମାନେ  ଗୁହାରି ଜଣାଉଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.