ଚାଲାଣ କାଟିବାରୁ ରାଗିଗଲେ ବ୍ୟକ୍ତି, ଭାଙ୍ଗି ଦେଲେ ମହିଳା କନେଷ୍ଟବଳଙ୍କ ଫୋନ୍‌

Published By : Prameya-News7 Bureau | January 23, 2022 IST

ନୂଆଦିଲ୍ଳୀ ୨୩।୦୧ : ମହାମାରୀ ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଏହାକୁ ଦୃଷ୍ଟିରେ ରଖି ସସବୁ ସ୍ଥାନରେ ତଥା ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ମାସ୍କ ପିନ୍ଧିବା ନେଇ କଡାକଡି ଭାବେ ଯାଞ୍ଚ କରାଯାଉଛି । ଏହି ସମୟରେ ମୋହଲିର ସେକ୍ଟର ୬୮ରେ ରହୁଥିବା ବିକ୍ରାନ୍ତ ଯୋଶୀ ନାମକ ଜଣେ ବ୍ୟକ୍ତି ମଧ୍ୟ କଇଞ୍ଚି ସାହାଯ୍ୟରେ ନିଜକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିଥିଲେ । କାହିଁକି ନା ଯେତେବେଳେ ପୋଲିସ ତାଙ୍କର ଚାଲାଣ କାଟିବାର ନିଷ୍ପତ୍ତି ବଦଳାଇ ନଥିଲା ସେତେବେଳେ ସେ ଏହି ପଦକ୍ଷେପ ନେଇଥିଲେ। ଶୁକ୍ରବାର ସନ୍ଧ୍ୟାରେ ତାଙ୍କ ଫର୍ନିଚର ଦୋକାନ ନିକଟରେ ଏହି ଘଟଣା ଘଟିଥିଲା। ଏହି ୩୨ ବର୍ଷିୟ ବ୍ୟକ୍ତି ଜଣଙ୍କ ମହିଳା କନେଷ୍ଟବଳଙ୍କ ସହ ଅସଦାଚରଣ କରିବା ସହ ତାଙ୍କ ମୋବାଇଲ ଫୋନକୁ ମଧ୍ୟ ଭାଙ୍ଗି ଦେଇଥିଲେ ।

ତେବେ ଏହି ଘଟଣାକୁ କେନ୍ଦ୍ର କରି ଜଣେ ପୋଲିସ ଅଧିକାରୀ କହିଛନ୍ତି, “ଏସଆଇ ଆଶା ଦେବୀ ତାଙ୍କ ଟିମ୍‌ ସହିତ ସେକ୍ଟର ୩୪ର ବଜାରରେ ମାସ୍କ ପିନ୍ଧି ନଥିବା ଲୋକଙ୍କର ଚାଲାଣ କାଟୁଥିଲେ । ସେହି ସମୟରେ ବିକ୍ରାନ୍ତ ଯୋଶୀଙ୍କ ଦୋକାନରେ ନଜର ପଡିଥିଲା କାହିଁକି ସେ ମାସ୍କ ପିନ୍ଧି ନଥିଲେ । ତାଙ୍କ ଦୋକାନ ଟାରେ ପହଞ୍ଚି ତାଙ୍କୁ ମାସ୍କ ପିନ୍ଧିବାକୁ କହିଥିଲେ ଏବଂ ଚାଲାଣ କଟିବା ଆରମ୍ଭ କରିଥିଲେ । ଏହାକୁ ଦେଖିବା ମାତ୍ରେ ବ୍ୟକ୍ତି ଜଣକ ଚିତ୍କାର କରିବାରେ ଲାଗିଲେ। ଏହି ସମୟରେ ମହିଳା ଜଣଙ୍କ ତାଙ୍କ ଫୋନରେ ଫଟୋ ଉଠାଇବାକୁ ଚେଷ୍ଟା କରୁଥିବା ବେଳେ ବ୍ୟକ୍ତି ଜଣଙ୍କ ଫୋନକୁ ଛଡାଇ ତଳେ ପକାଇ ଦେଇଥିଲେ। ଏଥିସହ ସେ ନିଜକୁ କ୍ଷତି ପହଞ୍ଚାଇବାକୁ ଧମକ ଦେଇଥିଲେ। ପରେ ତାଙ୍କର ଚାଲାଣ କଟାଗଲା । ବିକ୍ରାନ୍ତଙ୍କୁ ଗିରଫ କରାଯାଇ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା। ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇ ଏକ ମାମଲା ରୁଜୁ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.