Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଓଡିଆ ପୁଅଙ୍କୁ ଗୁରୁ ଦାୟିତ୍ଵ, ସ୍ଥଳ ସେନାର ଉପ- ସେନା ମୁଖ୍ୟ ହେବେ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି

18/01/2021 at 7:38 PM

ଭୁବନେଶ୍ଵର ୧୮।୦୧: ମୋଦୀ ସରକାର ଅମଳରେ ପ୍ରମୁଖ ଗୁରୁତ୍ଵପୂର୍ଣ୍ଣ ପଦ ପଦବୀରେ ଓଡିଆ ପୁଅଙ୍କ ଦବଦବା ଦେଖିବାକୁ ମିଳିଛି। ଆରବିଆଇ ଗଭର୍ଣ୍ଣର ପଦରେ ହୁଅନ୍ତୁ କି ସିଏଜି ଏମିତି ଅନେକ ଗୁରୁତ୍ଵପୂର୍ଣ୍ଣ ପଦ ପଦବୀରେ ଆସୀନ ଅଛନ୍ତି ଓଡିଆ ପୁଅ। ଏବେ ପୁଣି ଆଉ ଜଣେ ଓଡିଆଙ୍କୁ ସେନାର ବଡ ପଦବୀରେ ନିଯୁକ୍ତ ମିଳିଛି। ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ସ୍ଥଳ ସେନାର ଉପ- ସେନା ମୁଖ୍ୟ ହେବାକୁ ଯାଉଛନ୍ତି। ବର୍ତ୍ତମାନ ସେ ସାଉଦର୍ଣ୍ଣ କମାଣ୍ଡର କମାଣ୍ଡିଂ ଚିଫ୍ ଭାବେ ଅବସ୍ଥାପିତ ଅଛନ୍ତି।

ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ହେଉଛନ୍ତି ପ୍ରଶାସକ ଜିତେନ୍ଦ୍ର କୁମାର ମହାନ୍ତି ଓ ମା ସାରଦା କୁମାରୀ ମହାନ୍ତିଙ୍କ ପୁଅ। ଜଗତସିଂହପୁର ଏସ୍.ଭି.ଏମ୍. କଲେଜର ଓଡିଆ ପ୍ରଫେସର ଥିଲେ ତାଙ୍କ ମା ସାରଦା ମହାନ୍ତି। ଓଡିଶାରେ ପିଏଚଡି କରିବାରେ ସାରଦା ହେଉଛନ୍ତି ପ୍ରଥମ ମହିଳା। ସ୍ଥାନୀୟ ବାଘସାହୀ ଗାଁ ୟୁ.ପି. ସ୍କୁଲରେ ପାଠ ପଢିଛନ୍ତି ଲେଫ୍ଟନାଣ୍ଟ ଜେନେରାଲ ସି.ପି. ମହାନ୍ତି। ଡେରାଡୁନ ସ୍ଥିତ ରାଷ୍ଟ୍ରୀୟ ମିଲୋଟାରୀ କଲେଜରେ ପଢିବା ପରେ ନ୍ୟାସନାଲ ଡିଫେନ୍ସ -ଏନଡିଏରେ ଯୋଗଦେଇଥିଲେ।

୧୯୮୨ ମସିହାରେ ରାଜପୁତ ରେଜିମେଣ୍ଟରେ ସେକେଣ୍ଡ ଲେଫ୍ଟନାଣ୍ଟ ଭାବେ ଯୋଗ ଦେଇ କ୍ୟାରିୟର ଆରମ୍ଭ କରିଥିଲେ ଲେଫ୍ଟନାଣ୍ଟ ଜେନେରାଲ ସି.ପି . ମହାନ୍ତି। ଆସନ୍ତାକାଲି ସେ  ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଥିବା ସୂଚନା ମିଳିଛି। ଭୁବନେଶ୍ଵର ସ୍ଥିତ ସୈନିକ ହାଇସ୍କୁରେ ୨୦ ତାରିଖରେ ଗଣମାଧ୍ୟମ ସହ କଥାବାର୍ତ୍ତା କରିବେ ବୋଲି ସୂଚନା ମିଳିଛି।

ସେ ୩୮ ବର୍ଷର ନିଜର କ୍ୟାରିୟରରେ ପାକିସ୍ତାନ ଓ ଚୀନ ସୀମା ସହିତ ଅନେକ ଅପରେସନରେ ଫ୍ରଣ୍ଟ ଲାଇନ୍‌ରେ ରହି ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ସେ ଜାମ୍ମୁ-କାଶ୍ମୀରର ଏଲଓସିରେ ବାଟାଲିୟନ କମାଣ୍ଡର ଓ ଆତଙ୍କୀ ନିରୋଧୀ ଅଭିଯାନରେ କମ୍ପାନୀ କମାଣ୍ଡର ଭାବେ କାର୍ଯ୍ୟ କରିଛନ୍ତି। ଏପରିକି ଆସାମରେ ଏନଡିଏଫବି ଓ ଉଲଫା ଉଗ୍ରବାଦୀଙ୍କ ବିରୋଧରେ ହୋଇଥିବା ‘ଅପରେସନ ଅଲ କ୍ଲିୟର’ ଅଭିଯାନରେ ନିଜ ବାଟାଲିୟନର ନେତୃତ୍ଵ ନେଇଥିଲେ।

ସେ ଚୀନ ସଂଲଗ୍ନ ବାସ୍ତବ ନିୟନ୍ତ୍ରଣ ରେଖାରେ ପ୍ରଥମ ଦୁଇ ବ୍ରିଗେଡ୍ କମାଣ୍ଡ ସମ୍ଭାଳିବାର ଉପଲବ୍ଧି ହାସଲ କରିଛନ୍ତି। ସେ କଙ୍ଗୋ ବହୁରାଷ୍ଟ୍ରୀୟ ଜାତିସଂଘର ବ୍ରିଗେଡ୍ ପ୍ରମୁଖ ଭାବେ ମନୋନୀତ ହୋଇଛନ୍ତି। ସେଠାରେ ସେ ସଶସ୍ତ୍ର ବିଦ୍ରୋହୀ ଗୋଷ୍ଠୀ ବିରୋଧରେ ଅନେକ ହେଲି ବର୍ଣ୍ଣେ ଅପରେସନର ସଫଳତାପୂର୍ବକ ନେତୃତ୍ଵ ନେଇଛନ୍ତି। ସେ ୨୦୧୪ରେ ଜାତିଗତ ହିଂସାକାଣ୍ଡ ତୁରନ୍ତ ପରେ କାଉଣ୍ଟର ଇମରଜେନ୍ସି ଅପରେସନରେ ଆସାମରେ ଏକ ଡିଭିଜନର କମାଣ୍ଡ ସମ୍ଭାଲିଛନ୍ତି। ଏହି ଡିଭିଜନ ଏନଡିଏଫବି ଓ ଉଲଫା ଉଗ୍ରବାଦୀଙ୍କ ବିରୋଧରେ ଅନେକ ସଫଳ ଅପରେସନ କରିଛି। ଏହା ଆସାମରେ ଶାନ୍ତି ଫେରାଇ ଆଣିବା ଦିଗରେ ଗୁରୁତ୍ଵପୂର୍ଣ୍ଣ ସାବ୍ୟସ୍ତ  ହୋଇଛି।

ନୂଆଦିଲ୍ଲୀ ଆର୍ମି ମୁଖ୍ୟାଳୟରେ ଲଜିଷ୍ଟିକ୍ ଓ ଷ୍ଟ୍ରାଟେଜିକ ମୁଭମେଣ୍ଟରେ ମହାନିର୍ଦ୍ଦେଶକ ଭାବେ ସମ୍ମାନଜନକ ପଦବୀରେ ମହାନ୍ତି ନିଯୁକ୍ତ ହୋଇଥିଲେ। ଜେନେରାଲ ମହାନ୍ତି ସିକ୍କିମର ଡୋକଲାମରେ ୨୦୧୮ରେ ଚୀନ ସହ ଦୀର୍ଘ ଦିନ ଧରି ଜାରି ଉତ୍ତେଜନାମୂଳକ ପରିସ୍ଥିତି ସମମୟରେ ସେନାର କମାଣ୍ଡେଣ୍ଟ ପଦରେ ରହି ସମସ୍ୟାର ସମାଧାନ ଦିଗରେ ନିଜର ଯୋଗଦାନ ଦେଇଛନ୍ତି।

ଅପରପକ୍ଷେ ଜେନେରାଲ ମହାନ୍ତିଙ୍କ ପତ୍ନୀ ମାମୁନ ମହାନ୍ତି ବହୁମୁଖୀ ପ୍ରତିଭାର ଅଧିକାରିଣୀ। ସେ ଜଣେ ପ୍ରତିଷ୍ଠିତ ଶିକ୍ଷାବିତ୍ତ ଏବଂ ବର୍ତ୍ତମାନ ଆଓ୍ଵାରେ ଆଞ୍ଚଳିକ ଅଧ୍ୟକ୍ଷ ଅଛନ୍ତି। ସେ ଭୌତିକ ବିଜ୍ଞାନରେ ଉତ୍କଳ ବିଶ୍ଵ ବିଦ୍ୟାଳୟରୁ ସ୍ଵର୍ଣ୍ଣ ପଦକ ଏବଂ ଶାସ୍ତ୍ରୀୟ ନୃତ୍ୟରେ ଆହ୍ଲାବାଦ ବିଶ୍ଵ ବିଦ୍ୟାଳୟରୁ ସ୍ଵର୍ଣ୍ଣ ପଦଜ  ଜିତିଛନ୍ତି। ସେ ଜଣେ ପ୍ରସିଦ୍ଧ ଓଡିଶୀ ନୃତ୍ୟଶିଳ୍ପୀ। ପେଣ୍ଟିଂ, ସଙ୍ଗୀତ ଏବଂ ବ୍ଲକ୍ ପ୍ରିଣ୍ଟିଂରେ ରୁଚି ମଧ୍ୟ ରହିଛି। ସେ ଜଣେ ଏକାଡେମୀକ କାଉନସିଲର ମଧ୍ୟ ଅଟନ୍ତି।

   Related Posts