Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

ଜାତୀୟ ରାଜପଥରେ ଯାଞ୍ଚ ବେଳେ ୩୨ ବ୍ୟାରେଲ ଏସିଡ ଜବତ, ଷ୍ଟିଲ ଇଣ୍ଡଷ୍ଟ୍ରିରେ ପୋଲିସର ତନାଘନା

27/07/2021 at 5:35 PM

ଚଣ୍ଡିଖୋଲ, ୨୭/୦୭: ଚଣ୍ଡିଖୋଲ ଫାଣ୍ଡି ପୋଲିସ ଜାତୀୟ ରାଜପଥରୁ ଯାଞ୍ଚ କରି ୩୨ ବ୍ୟାରେଲ ଏସିଡ ସହ ଏକ ଗାଡି ଜବତ କରିଥିବା ଜଣାପଡ଼ିଛି । ପୋଲିସ୍‌ ଏନେଇ ଡ୍ରାଇଭରକୁ ଅଟକ ରଖିଛି । ଅନ୍ୟପଟେ ସ୍ଥାନୀୟ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଏହି ଘଟଣାରେ ସମ୍ପୃକ୍ତ ଥିବା ଜାରକା ରଥିଆ ସ୍ଥିତ ସାହୁ ଷ୍ଟିଲ ଇଣ୍ଡଷ୍ଟ୍ରିରେ ଧର୍ମଶାଳା ପୋଲିସ ତନା ଘନା କରୁଛି ।

ଏହି ହାଇଡ୍ରୋକ୍ଲୋରିକ ଏସିଡ ଷ୍ଟିଲ ଇଣ୍ଡଷ୍ଟ୍ରିରେ ବ୍ୟବହାର କରାଯାଉ ଥିଲା । ଏଠାରେ ଲୁହାକୁ ଆଣି ବିଭିନ୍ନ କେମିକାଲ ଆଉ ଏସିଡ ଦେଇ ତାକୁ ୱାସ କରି ଜିଆଇ ଓ ଷ୍ଟିଲ କରାଯାଇ ଅନ୍ୟତ୍ର ବିକ୍ରି କରାଯାଉଥିବା ଜଣାପଡ଼ିଛି । ତେବେ ଏତେ ବର୍ଷ ଧରି ଜାତୀୟ ରାଜପଥ କଡରେ କେଉଁଭଳି ଭାବେ ଏହି ବେଆଇନ୍‌ କାର୍ଯ୍ୟ ଚାଲୁଥିଲା ସେ ନେଇ ପ୍ରଶ୍ନ ଉଠିଛି । ଇଣ୍ଡଷ୍ଟ୍ରିର ସମସ୍ତ କାଗଜ ପତ୍ର ଯାଞ୍ଚ କରୁଛି ଧର୍ମଶାଳା ପୋଲିସ ।

ଷ୍ଟିଲ ଇଣ୍ଡଷ୍ଟ୍ରିରେ ଧର୍ମଶାଳା ଥାନା ଅଧିକାରୀ, ଚଣ୍ଡିଖୋଲ ଫାଣ୍ଡି ଅଧିକାରୀ ପହଂଚି ଯାଞ୍ଚ କରୁଛନ୍ତି । ଗତକାଲି ରାତିରେ ଏସିଡ ବ୍ୟାରେଲ ବୋଝେଇ ଗାଡି ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ବେଳେ ପୋଲିସ ବ୍ୟାରେଲ ବୋଝେଇ ଗାଡି ଜବତ କରିଥଲା । ଏ ନେଇ ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି ।

   Related Posts