Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନା ଭୟରେ କଠୋର ହେଲା ହଂକଂ: ଭାରତକୁ ବିମାନ ଚଳାଚଳ ବନ୍ଦ, ୩ ମେ ଯାଏଁ ଲାଗିଲା କଟକଣା
  • ||
  • କଳାହାଣ୍ଡି : ନଳକୂପ ଅଛି ହେଲେ ପାଣି ବାହାରୁନି, ପାନୀୟ ଜଳ ଯୋଗାଣ ଦାବିରେ ସରପଞ୍ଚ, ପଞ୍ଚାୟତ ଓ ବ୍ଲକ୍ ଯନ୍ତ୍ରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ
  • ||
  • କଳାହାଣ୍ଡି : ଲଡୁଗାଁରେ ବଢିଲା ସଟ୍ ଡାଉନ୍ ଅବଧି, ଆଉ ୪ଦିନ ରହିବ ବଳବତ୍ତର
  • ||
  • ରାଜ୍ୟରେ ୪ହଜାର ଟପିଲା କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୪୪୪୫ ପଜିଟିଭ୍ ଚିହ୍ନଟ
  • ||
  • କରୋନା ନେଲା ଜୀବନ: ପରଲୋକରେ ଜେଡିୟୁ ବିଧାୟକ ମେଓ୍ୱାଲାଲ ଚୌଧୁରୀ
  • ||
  • ଆଜିଠୁ ଶ୍ରୀମନ୍ଦିରରେ ନୂଆ SOP ଲାଗୁ, ରାଜ୍ୟ ବାହାରର ଦର୍ଶନାର୍ଥୀଙ୍କ ପାଇଁ କୋଭିଡ୍ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ
  • ||
  • ଚଣ୍ଡିଖୋଲ : ଟ୍ରେନ୍ ଲାଇନ୍‌ରୁ ମିଳିଲା ମୃତଦେହ, ନିକଟରେ ପଡିଛି ଏକ ସାଇକେଲ
  • ||
  • ଭୁବନେଶ୍ୱର : ୫ ସହରରେ ପାରଦ ୪୦ ଡିଗ୍ରୀ ଟପିଲା, ଆଗକୁ ଆହୁରି ବଢିବ ତାତି
  • ||

ଅନ୍ଧାରରେ ରାଜ୍ୟର ଏକମାତ୍ର ନାବିକ ପ୍ରଶିକ୍ଷଣ କେନ୍ଦ୍ରର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

3/07/2019 at 6:05 PM

ଚାନ୍ଦବାଲି୩|୭: ବଙ୍ଗୋପସାଗର ସଂଲଗ୍ନ ଧାମରା-ଚାନ୍ଦବାଲି ମୁହାଣ ଓ ବୈତରଣୀ ନଦୀର ପ୍ରଶିକ୍ଷଣ ସୁବିଧାକୁ ଆଖି ଆଗରେ ରଖି ୧୯୭୯ରେ ରାଜ୍ୟ ସରକାର ପ୍ରତିଷ୍ଠା କରିଥିଲେ ନାବିକ ପ୍ରଶିକ୍ଷଣ କେନ୍ଦ୍ର । ତେବେ ନୂତନ ପ୍ରସ୍ଥାବିତ ”ଜାହାଜ ପ୍ରଶିକ୍ଷଣ ପାଠ୍ୟକ୍ରମ” ଖୋଲିବାରେ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଶିକ୍ଷାର୍ଥୀମାନେ ଏଠାରେ ପ୍ରଶିକ୍ଷଣ ନେବା ପରେ କର୍ମ ନିଯୁକ୍ତି ନପାଇ ବର୍ଷ ବର୍ଷ ଯାଏ ହାତ ବାନ୍ଧି ବସୁଛନ୍ତି  । ମୋଟାମୋଟି କହିବାକୁ ଗଲେ ଚାନ୍ଦବାଲିରେ ଥିବା ରାଜ୍ୟର ଏକମାତ୍ର ନାବିକ ପ୍ରଶିକ୍ଷଣ କେନ୍ଦ୍ରରେ ଏବେ  ଶିକ୍ଷାର୍ଥୀଙ୍କ ଭାଗ୍ୟ ଏବେ ଅନ୍ଧାରରେ ।

ଚାନ୍ଦବାଲିରେ ଥିବା ନାବିକ ପ୍ରଶିକ୍ଷଣ କେନ୍ଦ୍ରରେ ଅବ୍ୟବସ୍ଥା । ନୂତନ ପ୍ରସ୍ତାବିତ ଜାହାଜ ପ୍ରଶିକ୍ଷଣ ପାଠ୍ୟକ୍ରମ ପାଇଁ ସରକାର ଆନ୍ତରିକତା ପ୍ରଦର୍ଶନ କରୁ ନଥିବାରୁ ବେଶ ହଇରାଣ ହରକତ ହେଉଛନ୍ତି ଛାତ୍ରଛାତ୍ରୀ । ସମସ୍ତ ଭିତ୍ତିଭୂମି ରହିଥିଲେ ବି ସରକାରଙ୍କ ଆନ୍ତରିକତା ଅଭାବ ପାଇଁ ୨୦୧୩ ରୁ ଆଜିଯାଏ ତାହା କାର୍ଯ୍ୟକାରୀ ହୋଇପାରୁ ନାହଁ । ଯେଉଁଥିପାଇଁ ପାଠ୍ୟକ୍ରମ ସରିବା ପରେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ କିଛି ପ୍ରଶିକ୍ଷାର୍ଥୀଙ୍କୁ ଚାକିରି ମିଳୁଛି ତ କିଛି ଛାତ୍ର  ପୁରାପୁରି ବେକାର ହୋଇ ଯାଉଛନ୍ତି ।

ପ୍ରତିବର୍ଷ ଏହି ପ୍ରଶିକ୍ଷଣ କେନ୍ଦ୍ରରେ ରାଜ୍ୟ ତଥା ରାଜ୍ୟ ବାହାରୁ ୧୦ ମାସିଆ ପ୍ରଶିକ୍ଷଣ ପାଠ୍ୟକ୍ରମରେ ୩୦ ଜଣ ଛାତ୍ର ଓ ୩ ମାସିଆ ପାଠ୍ୟକ୍ରମରେ ୨୦ ଛାତ୍ର ପାଠ ପଢୁଛନ୍ତି । ତେବେ ”ଜାହାଜ ପ୍ରଶିକ୍ଷଣ ପାଠ୍ୟକ୍ରମ ଖୋଲିଗଲେ ” ସେଠାରେ ପ୍ରଶିକ୍ଷଣ ନେଇ ଛାତ୍ରମାନେ ଧାମରା, ପାରାଦୀପ ଓ ଗୋପାଳପୁର ଆଦି ବନ୍ଦର ସହ ରାଜ୍ୟ ବାହାରେ ଏବଂ ବିଦେଶରେ ମଧ୍ୟ କର୍ମନିଯୁକ୍ତି ହାସଲ କରିପାରନ୍ତେ ।

   Related Posts