ଚାନ୍ଦବାଲି ଏନ୍ଏସି ଆସନ୍ତା ୩୧ଯାଏଁ ଲକ୍‌ଡାଉନ୍‌

Published By : Prameya-News7 Bureau | July 23, 2020 IST

ଚାନ୍ଦବାଲି ୨୩।୦୭: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନଏସିରେ ଲକ୍‌ଡ଼ାଉନ୍‌ କଟକଣା ଲାଗୁ କରାଯାଇଛି । ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ   ଲକଡାଉନ୍‌ କଟକଣା ଜାରି ରହିବ ବୋଲି ଘୋଷଣା କରାଯାଇଛି । ଏନେଇ ଭଦ୍ରକ ଜିଲ୍ଲାପାଳ ଘୋଷଣା କରିଛନ୍ତି ।

{"id":304243,"sizeSlug":"large"}

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ କରୋନା ସଂକ୍ରମଣ ସଂଖ୍ୟା ବଢୁଥିବାର ଦେଖି ଏପରି ପଦକ୍ଷେପ ନିଆଯାଛି । ଅଞ୍ଚଳରେ କିପରି ଗୋଷ୍ଠୀ ସଂକ୍ରମଣ ଓ ଅଧିକ ସଂଖ୍ୟକ ସଂକ୍ରମିତ ନହେବେ , ସେଥିପାଇଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ବର୍ତ୍ତମାନର ସ୍ଥିତିକୁ ଦେଖି ଜିଲ୍ଲାପାଳ ଲକ୍‌ଡାଉନ୍‌ କଟକଣା ଲାଗୁ କରିଛନ୍ତି । ଯାହାକି ଆସନ୍ତା ୩୧ପର୍ଯ୍ୟନ୍ତ ଜାରି ରହିବ ।

ଏହି ଲକ୍‌ଡାଉନ୍‌ କଟକଣା ସମୟରେ ସକାଳ ୫ଟାରୁ ଦିନ ୧ଟା ଯାଏଁ ଅତ୍ୟାବଶକୀୟ ସାମଗ୍ରୀର ଦୋକାନ ଖୋଲା ରହିବା । ଜରୁରୀ ସେବା ମେଡିକାଲ ଓୌଷଧ ଦୋକାନ ପାଇଁ କୌଣସି କଟକଣା ଜାରି କରାଯାଇନାହିଁ । ଯଦି କେହି ଏହି ଲକ୍‌ଡାଉନ୍‌ ସମୟରେ ନିୟମ ଭାଙ୍ଗନ୍ତି, ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ଲକ୍‌ଡାଉନ୍‌ କୁ ସଠିକ୍‌ ଭାବେ ପାଳନ କରିବା ପାଇଁ ଅଞ୍ଚଳବାସୀଙ୍କୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.