Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଗୋଶାଳା କଲପଡାରେ ଖାଲରେ ଖସିପଡି ୨ ଶିଶୁ ମୃତ
  • ||
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଦୂରାବସ୍ଥା, ଆବଶ୍ୟକ ସଂଖ୍ୟାରେ ଡାକ୍ତର ନଥିବାରୁ ରୋଗୀ ହନ୍ତସନ୍ତ

2/09/2018 at 3:06 AM

ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର । ବ୍ଲକର ୩୬ଟି ପଞ୍ଚାୟତର ହଜାର ହଜାର ଲୋକ ଏହି ଡାକ୍ତରଖାନା ଉପରେ ନିର୍ଭର କରନ୍ତି । ନିକଟସ୍ଥ ରାଜକନିକା ବ୍ଲକର ରୋଗୀ ମାନେ ମଧ୍ୟ ଏହି ହସ୍ପିଟାଲ ଉପରେ ନିର୍ଭରଶୀଳ । କିନ୍ତୁ ଡାକ୍ତରଖାନାର ଅବସ୍ଥା କହିଲେ ନସରେ । ଡାକ୍ତରଖାନାରେ ନାହାନ୍ତି ଆବଶ୍ୟକ ସଂଖ୍ୟାରେ ଡାକ୍ତର । ଏଥିପାଇଁ ସ୍ଥାନୀୟ ଲୋକେ ଏବଂ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଅନେକ ସମୟରେ ଆନ୍ଦୋଳନ କରାଯାଇଛି । ଆବଶ୍ୟକ ସଂଖ୍ୟାରେ ଡାକ୍ତର ନଥିବାରୁ ରୋଗୀଙ୍କୁ ମିଳିପାରୁନି ଠିକ୍ ଭାବେ ଚିକିତ୍ସା ସୁବିଧା ।ଏଠାକୁ ଆସୁଥିବା ରୋଗୀଙ୍କ ମଧ୍ୟରୁ କାହାରି ଟିକିଏ କିଛି ଅଧିକ ଦେହ ଖରାପ ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଏ । ଏଥିଯୋଗୁଁ ଚାନ୍ଦବାଲିବାସୀଙ୍କ ମଧ୍ୟରୁ ଦୀର୍ଘଦିନ ଧରି ଅସନ୍ତୋଷ ଲାଗି ରହିଥିବା ବେଳେ ସ୍ଥାନୀୟ ବାସିନ୍ଦା ଦିଲ୍ଲୀପ ରାଉତ ଏହି ସମସ୍ୟା ଉପରେ ତାଙ୍କର ରିପୋର୍ଟ ପଠାଇଛନ୍ତି।

   Related Posts