ହାଇ ସ୍ପିଡରେ ପାସ୍ କଲା ଟ୍ରେନ୍ : ଧ୍ୱସ୍ତ ବିଧ୍ୱସ୍ତ ହୋଇଗଲା ମଧ୍ୟପ୍ରଦେଶର ରେଳ ଷ୍ଟେସନ୍ !

Published By : Prameya-News7 Bureau | May 27, 2021 IST

ମଧ୍ୟପ୍ରଦେଶ ୨୭/୫: ଧ୍ୱସ୍ତ ବିଧ୍ୱସ୍ତ ହୋଇପଡିଛି ବୁରହାନପୁରର ଚାନ୍ଦନୀ ରେଳ ଷ୍ଟେସନ । କାନ୍ଥ ଭାଙ୍ଗିଯିବା ସହ କବାଟ ଝରକା ଏପରିକି କାଚ ସବୁ ଭାଙ୍ଗି ରୁଜି ଯାଇଛି । ତେବେ ଏହା ଭୂମିକମ୍ପ ବା ଅନ୍ୟ କୌଣସି କାରଣରୁ ହୋଇନି । ଏପରି ହେବାର ତାତ୍ପର୍ଯ୍ୟ ହେଉଛି ଯେ, ଦୁଇ ଦୁଇଟି ଟ୍ରେନ୍ ଅତି ସ୍ପିଡରେ ଅତ୍ରିକମ କରିବାରୁ ଏନପରି ହୋଇଛି । ତେବ ଭଲ କଥା ହେଉଛି ଏହି ସମୟରେ ସେହି ବିଲ୍ଡିଂରେ କେହି ନଥିଲେ । କିମ୍ୱା କାହାରି ମୃତାହତ ନେଇ ସୂଚନା ନାହିଁ ।

wp:gallery {"ids":[457788],"linkTo":"none"} /wp:gallery

ସୂଚନା ଥାଉକି, ଏହି ଘଟଣା ନେପାନଗରରୁ ଆସିରଗଡ ମଧ୍ୟରେ ଘଟିଛି । ​ଖଣ୍ଡୱା ଠାରୁ ପୱନ୍ ଏକ୍ସପ୍ରେସ ଏବଂ ବୁରହାନପୁରରୁ ଗୁଆହାଟି ଏକ୍ସପ୍ରେସ ଅପରାହ୍ନ ୩.୩୦ରେ ଏଠାରୁ ଅତିକ୍ରମ କରିଥିଲେ । ଠିକ୍ ଏହାର ୨୫ ମିନଟ ପରେ ବିଲଡିଂର କିଛି ଅଂଶ ଭୁଷୁଡି ପଡିଥିଲା । ସେଠାରେ କାମ କରୁଥିବା ଲୋକେ ସ୍ଥାନ ଛାଡି ପଳାଇଥିଲେ । କୁହାଯାଉଛି କି, ଦୀର୍ଘଦିନ ଧରି ବିଲ୍ଡିଂ ବହୁତ ପୁରୁଣା ଓ ଦଦରା ଅବସ୍ଥାରେ ଥିଲା ।

wp:gallery {"ids":[457789],"linkTo":"none"} /wp:gallery

ଘଟଣାର ସୂଚନା ପାଇବା ମାତ୍ରେ ବରିଷ୍ଠ ରେଳ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦୁର୍ଘଟଣା ଯୋଗୁଁ ସନ୍ଧ୍ୟାରେ ଅନେକ ଟ୍ରେନ୍ ପ୍ରଭାବିତ ହୋଇଥିଲା । ଷ୍ଟେସନ ମାଷ୍ଟର ଆଶାରାମ ନାଗଭାନ୍ସି ଫୋନରେ କହିଛନ୍ତି ଯେ ଖଣ୍ଡୱା ଠାରୁ ପୱନ ଏକ୍ସପ୍ରେସ ଟ୍ରେନ ୩.୩୦ରେ ଯାଉଥିଲା ଏବଂ ସେହି ସମୟରେ ବୁରହାନପୁରରୁ ଗୁଆହାଟି ଏକ୍ସପ୍ରେସ ଆସୁଥିଲା । ଦୁହେଁ ପରସ୍ପରକୁ ଅତିକ୍ରମ କରିଥିଲେ ।

wp:gallery {"ids":[457790],"linkTo":"none"} /wp:gallery

ହେଲେ ବିଲଡିଂ ଅଂଶ ପ୍ରାୟ ୩.୫୫ ଖସିପଡିଥିଲା । ଲାଇନରେ ବ୍ୟାଘାତ ହୋଇଥିବା ଟ୍ରେନ୍ ସେବା ପୁଣି ଆରମ୍ଭ ହୋଇଛି ବୋଲି ADRM ସ୍ପଷ୍ଟ କରିଛନ୍ତି। ଏହି ଘଟଣା ଯୋଗୁଁ ବୁଧବାର ସନ୍ଧ୍ୟାରେ ଟ୍ରେନ୍ ସେବା ପ୍ରାୟ ତିନି ଘଣ୍ଟା ଧରି ଅଟକି ରହିଥିଲା । ତେବେ ବିଲ୍ଡିଂ ଭୁଶୁଡ଼ିବାର କାରଣ ଓ ଯାଞ୍ଚ ପାଇଁ ବର୍ତ୍ତମାନ ନିର୍ଦ୍ଦେଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.