ବାସ ଚନ୍ଦନ କାଠ ଚୋରାଚାଲାଣ ବେଳେ କାଠ ଜବତ ସହ ଜଣଙ୍କୁ ଗିରଫ କଲା ବନ ବିଭାଗ

Published By : Prameya-News7 Bureau | November 12, 2019 IST

ଗଜପତି ୧୨।୧୧ : ବାସ ଚନ୍ଦନ କାଠ ଚୋରା ଚାଲାଣ କରୁଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି  ବନ ବିଭାଗ । ଅଟକ ଥିବା ବ୍ୟକ୍ତି  ନିକଟକରୁ ୮୦ କିଲୋ ଚନ୍ଦନ କାଠ ଜବତ ମଧ୍ୟ କରିଛି ।  ଗିରଫ ହୋଇଥିବା ଯୁବକର ନାଁ ଆଝାରୁଦ୍ଦିନ ଖାନ୍ ଏବଂ ଖୋର୍ଦ୍ଧା ଅଂଚଳରେ ତାର ଘର ବୋଲି ଜଣାପଡିଛି ।

{"id":182909}

ସୂଚନାଯୋଗ୍ୟ ଯେ , ବାସ ଚନ୍ଦନ କାଠ ଧରି ଜଣେ ବ୍ୟକ୍ତି ଟ୍ରେନ ଯୋଗେ ଯାଉଥିବା ନେଇ ବନ ବିଭାଗ ସୂଚନା ପାଇବା ପରେ ପାରଳାଖେମୁଣ୍ଡି ରେଳ ଷ୍ଟେସନରେ ଚଢାଉ କରି ଏହାକୁ ଜବତ କରିଥିଲା । ଜବତ ଚନ୍ଦନ କାଠର ଆନୁମାନିକ ମୂଲ୍ୟ ୨୧ଲକ୍ଷ ଟଙ୍କା ବୋଲି ପାରଳାଖେମୁଣ୍ଡି ଏସିଏଫଓ ସୂଚନା ଦେଇଛନ୍ତି । ଆଝାରୁଦ୍ଦିନକୁ ଅଧିକ ପଚରାଉଚୁରା କରିବାରୁ  ସେ ଏହାକୁ ପୁରୀ ନେଉଥିବା କହିଛି । ବନ ବିଭାଗ ତାକୁ ଗିରଫ ସହ କୋର୍ଟ ଚାଲାଣ କରିଥିବା ଏସିଏଫଓ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.