କଟକ ପୋଲିସର ଅଜବ ନୀତି: ବିନା ଦୋଷରେ ୧୦ ଦିନ ହେଲା ଜେଲ ଚାରିକାନ୍ଥ ଭିତରେ ଚନ୍ଦନ ମହାରଣା

Published By : Prameya-News7 Bureau | March 19, 2019 IST

କଟକ ୧୯|୩: ଚନ୍ଦନ ମହାରଣାଙ୍କ ଗିରଫଦାରିକୁ ନେଇ ତାତିଛନ୍ତି ଚାନ୍ଦିନଚୌକ ବାସିନ୍ଦା । ଶତାଧିକ ମହିଳା ଓ ପୁରୁଷ ଚନ୍ଦନ ମହାରଣାଙ୍କୁ ମୁକ୍ତ କରିବା ଦାବିରେ ଲାଲବାଗ ଥାନା ଘେରିଛନ୍ତି । ନିର୍ଦ୍ଦୋଶରେ ଜଣେ ନୀରିହ ଦିନ ମଜୁରିଆକୁ ଅପରାଧି ସଜେଇ ୧୦ ଦିନ ହେଲା ଜେଲରେ ରଖିଛି ପୋଲିସ । ସେପଟେ ୨୦୧୩ରେ ଯେଉଁ ମାମଲାରେ ଚନ୍ଦନଙ୍କୁ ଗିରଫ କରାଯାଇଛି ସେଥିପାଇଁ ତଦନ୍ତକାରୀ ଅଧିକାରୀ ହିଁ ଦାୟୀ ବୋଲି ଡିସିପି ସ୍ବୀକାର କରିଛନ୍ତି । …

{"id":95070}


କୌଣସି ଅପରାଧିକ ମାମଲା ନାହିଁ । କିନ୍ତୁ ବିନା ଦୋଷରେ ୧୦ ଦିନ ହେବ ଜେଲ୍ର ଚାରିକାନ୍ଥ ଭିତରେ ଦିନ କାଟୁଛନ୍ତି ଚାନ୍ଦିନୀଚୌକର ଚନ୍ଦନ ମହାରଣା । ଲାଲବାଗ ଥାନା ପୁଲିସର ଦାୟିତ୍ବହୀନତା ପାଇଁ ଜଣେ ନିର୍ଦ୍ଦୋଶ ଏବେ ଦୋଷୀ ପାଲଟିଛନ୍ତି ।

{"id":95074}

ପୁଲିସର ଏଭଳି କାର୍ଯ୍ୟକୁ ବିରୋଧ କରି ଚାନ୍ଦିନୀଚୌକର ଶତାଧିକ ମହିଳା ଓ ପୁରୁଷ ଲାଲବାଗ ଥାନା ଘେରାଉ କରିବା ସହ ହୋ-ହଲ୍ଲା କରିଥିଲେ । ଚନ୍ଦନକୁ ତୁରନ୍ତ ଖଲାସ କରିବା ପାଇଁ କାନ୍ଦି କାନ୍ଦି ନେହୁରା ହୋଇଛନ୍ତି ପରିବାର ଲୋକେ । ଏଥି ସହ ଏଭଳି ଭୁଲ କରିଥିବା ପୁଲିସ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ବି ଦାବି କରିଛନ୍ତି ।

{"id":95071}


୨୦୧୩ରେ ଚାଉଳିଆଗଞ୍ଜ ଥାନାର ଏକ ଅପରାଧିକ ମାମଲାରେ ଚନ୍ଦନ ମହାରଣାଙ୍କ ନାଁରେ ୱାରେଣ୍ଟ ଥିଲା । କିନ୍ତୁ ତଦନ୍ତକାରୀ ଅଧିକାରୀ ଚାର୍ଜସିଟରେ ପ୍ରକୃତ ୱାରେଣ୍ଟିର ଠିକଣା, ବାପା ନାଁ ପକାଇବା ବଦଳରେ ଜଣେ ନିରିହ ଲୋକର ଠିକଣା ପକାଇଥିଲେ ।

{"id":95076}

ଆଉ ଲାଲବାଗ ଥାନା ପୋଲିସ ବି ତଦନ୍ତ ନକରି ଭୁଲରେ ନିର୍ଦ୍ଦୋଷ ଚନ୍ଦନ ମହାରଣାକୁ ଉଠାଇ ନେଇଛି । ତେବେ ଭୁଲକୁ ବି ସ୍ବୀକାର କରିଛନ୍ତି ଡିସିପି । ତେଣୁ ସେହି ମାମଲାକୁ ପୁନଃ ତଦନ୍ତ କରିବାକୁ କୋର୍ଟକୁ ଲାଲବାଗ ଥାନା ପୁଲିସ ନିବେଦନ କରିବ ବୋଲି କହିଛନ୍ତି ଡିସିପି ।

{"id":95072}


ଦୁଇ ଦିନ ମଧ୍ୟରେ ଚନ୍ଦନଙ୍କୁ ଜେଲ୍ରୁ ଖଲାସ କରାନଗଲେ ଚାନ୍ଦିନୀଚୌକ ବାସିନ୍ଦା ଆନ୍ଦୋଳନକୁ ତୀବ୍ରତର କରିବେ ବୋଲି ଚେତାବନୀ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.