ଶେଷରେ ମୁକୁଳିଲେ ଚନ୍ଦନ, ବିନା ଦୋଷରେ ଚୌଦ୍ବାର ଜେଲ୍‌ରେ ସଜ୍ଜା କାଟୁଥିବା ଚନ୍ଦନ ମହାରଣାଙ୍କୁ ମିଳିଲା ଜାମିନ୍

Published By : Prameya-News7 Bureau | March 27, 2019 IST

କଟକ ୨୭|୩ : ଶେଷରେ ମୁକୁଳିଲେ ଚନ୍ଦନ ।  ବିନା ଦୋଷରେ ଜେଲ ଯାଇଥିବା କଟକ ଚାନ୍ଦିନୀଚୌକର ଚନ୍ଦନ ମହାରଣାଙ୍କୁ ମିଳିଛି ଜାମିନ । ଦୀର୍ଘ ୧୬ ଦିନ ଧରି ବିନା ଦୋଷରେ ଚୌଦ୍ବାର ଜେଲରେ କଏଦୀ ଭାବେ ରହିଥିବା ଚନ୍ଦନ ମଙ୍ଗଳବାର ରାତିରେ  ନିଜ ଘରକୁ  ଫେରିଛନ୍ତି ।

{"id":97272}

ଗତ ୧୧ ତାରିଖରେ ଏକ ୱାରେଣ୍ଟ ଆଧାରରେ ଚାନ୍ଦିନୀଚୌକ ଅଞ୍ଚଳର ନୀରିହ ଚନ୍ଦନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଲାଲବାଗ ପୁଲିସ । ୨୦୧୩ରେ ଚାଉଳିଆଗଞ୍ଚ ଥାନା ଅଧୀନରେ ଘଟିଥିଲା ଏକ ଅପରାଧ, ଯେଉଁଥିରେ ଚାନ୍ଦିନୀଚୌକ ଅଞ୍ଚଳର ଚନ୍ଦନ ମହାରଣା ବାପା ପୂର୍ଣ୍ଣଚନ୍ଦ୍ର ମହାରଣାଙ୍କ ନାଁରେ ଆସିଥିଲା ୱାରେଣ୍ଟ ।

{"id":97273}

ତେବେ ଗିରଫ ହୋଇ ଜେଲରେ ୧୬ ଦିନ ରହିଥିବା ଚନ୍ଦନଙ୍କ ଏହି ମାମଲାରେ କୌଣସି ସମ୍ପୃକ୍ତି ନଥିଲା । ହେଲେ ୱାରେଣ୍ଟ ବଳରେ ପୋଲିସ ଗିରଫ କରି ତାଙ୍କୁ ଜେଲ୍ ପଠାଇଦେଇଥିଲା । ଯାହାକୁ ନେଇ ଚନ୍ଦନଙ୍କ ପରିବାର ଓ ସାହି ଲୋକେ ପ୍ରତିବାଦ କରିବା ସ୍ବରୂପ ଥାନା ଘେରାଉ ମଧ୍ୟ କରିଥିଲେ ।

{"id":97274}

ତେବେ ଚନ୍ଦନ ମଙ୍ଗଳବାର ରାତିରେ ଘରେ ପହଞ୍ଚିବା ପରେ  କାନ୍ଦ ବୋବାଳିରେ ଫାଟିପଡିଥିଲା ଚନ୍ଦନଙ୍କ ଘର ।  ବିନା ଦୋଷରେ ଜେଲ୍ ଦଣ୍ଡ ପାଇଥିବା ଚନ୍ଦନ ୧୬ ଦିନ ହେବ କେତେ କଷ୍ଟରେ ଜେଲରେ ରହିଥିଲେ ତାହା କାନ୍ଦି କାନ୍ଦି ବଖାଣିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.