ବାହାରେ ସରିଲା ମହାପ୍ରଭୁଙ୍କ ଚନ୍ଦନ ଯାତ, ହେଲେ ଏବେ ଭିତରେ ହେଲା ଆରମ୍ଭ

Published By : Prameya-News7 Bureau | June 06, 2021 IST

ପୁରୀ, ୦୬/୦୬: ୨୧ଦିନ ବ୍ୟାପୀ ବାହାରେ ଚନ୍ଦନ ଯାତ୍ରା ଶେଷ ହେବା ପରେ ଗତକାଲି ଠାରୁ ଶ୍ରୀମନ୍ଦିରରେ ୨୧ ଦିନିଆ ଭିତର ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି । ଆଜି ପବିତ୍ର ଜଳକ୍ରୀଡ଼ା ଏକାଦଶୀ ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି ।

ସକାଳ ୫.୫୦ ରେ ଦ୍ୱାରଫିଟା ପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ, ମଇଲମ, ଅବକାଶ ପୂଜା ପରେ ସମସ୍ତ ନୀତିକାନ୍ତି ସୁରୁଖୁରୁରେସମ୍ପାଦନ କରୁଛନ୍ତି ସେବାୟତ । ଭୋଗମଣ୍ତପ ନୀତି ଶେଷ ହେବା ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନଙ୍କ ସମେତ, ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ଓ ପଞ୍ଚମହାଦେବ ଜଳକ୍ରୀଡ଼ା କରିଥାନ୍ତି । ଆଜି ଅଚଳା ବା ଜଳକ୍ରୀଡ଼ା ଏକାଦଶୀରେ ମହାପ୍ରଭୁଙ୍କ ପ୍ରଥମ ଜଳକ୍ରୀଡ଼ା ନୀତି ଅନୁଷ୍ଠିତ ହୋଇଛି ।

ତେବେ ଯାତ ଭୋଗ ଲାଗି ହେବା ପରେ ମହାପ୍ରଭୁଙ୍କ ଏହି ଜଳକ୍ରୀଡ଼ା ନୀତି ସମ୍ପନ୍ନ ହୋଇଥାଏ। ଭିତର ଚନ୍ଦନ ଯାତ୍ରା ସମୟରେ ଜଳକ୍ରୀଡ଼ା ମଣ୍ତପରେ ସାବିତ୍ରୀ ଅମାବାସ୍ୟା, ଶୀତଳଶଷ୍ଠୀ ଓ ରୁକ୍ମିଣୀହରଣ ଏକାଦଶୀରେ ମଧ୍ୟ ମହାପ୍ରଭୁଙ୍କର ଏହି ଜଳକ୍ରୀଡ଼ା ନିତୀ ଅନୁଷ୍ଠିତ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.