ସାତକୋଶିଆରେ ସୁନ୍ଦରୀ ବାଘୁଣୀକୁ ଧରିବା ପାଇଁ ଚନ୍ଦକାର କୁଙ୍କି ହାତୀ ଯଶୋଦା ହେବ ନିୟୋଜିତ, ବାଦ ପଡିଲା ନନ୍ଦ

Published By : Prameya-News7 Bureau | November 02, 2018 IST

ଭୁବନେଶ୍ବର୨|୧୧: ସାତକୋଶିଆ ଯିବ ଯଶୋଦା । ବନବିଭାଗର ଟ୍ରାଙ୍କୁଲାଇଜିଂ ଟିମକୁ ସୁନ୍ଦରୀ ବାଘୁଣୀ, ଧରାଛୁଆଁ ଦେଉ ନଥିବା ବେଳେ ଅଭିଯାନରେ ସାମିଲ୍ ହେବ ଚନ୍ଦକରା ଏହି  ତାଲିମପ୍ରାପ୍ତ କୁଙ୍କି ହାତୀ ଯଶୋଦା । ବନବିଭାଗର ଭିତିରିଆ ନିର୍ଦ୍ଦେଶ କ୍ରମେ- ନନ୍ଦ, ଯଶୋଦାଙ୍କୁ ସାତକୋଶିଆ ନେବାକୁ  ପ୍ରୟାସ ଚାଲିଥିଲା। କିନ୍ତୁ ନନ୍ଦ କଥା ଶୁଣୁନଥିବାରୁ ତାକୁ ସାତକୋଶିଆ ନେବା ନିଷ୍ପତ୍ତିରୁ ଓହରିଛି ବନ ବିଭାଗ । ଯଯଶୋଦା ଓ ନନ୍ଦ ମା ପୁଅ । ସୁନ୍ଦରୀ ପାଇଁ ସାତକୋଶିଆ ଯିବ ଯଶୋଦା । ଦୁଇ ଦୁଇଟିମଣିଷ ମାରି ସାରିବା ପରେ ବାଘୁଣୀ ସୁନ୍ଦରୀକୁ ଧରିବାକୁ ଚେଷ୍ଟା ଚଳାଇଛି ବନ ବିଭାଗ । ସପ୍ତାହେରୁ ଅଧିକ ହେବ, ଓଡ଼ିଶା ବନବିଭାଗ ସହ ମଧ୍ୟପ୍ରଦେଶର ସ୍ବତନ୍ତ୍ର ଟିମ୍ ବାଘୁଣୀକୁ ଖୋଜୁଛନ୍ତି । କିନ୍ତୁ ଅନ୍ୟ ଦିନେ ଜନବସତି ଆଖପାଖରେ ଚକ୍କର ମାରୁଥିବା ସୁନ୍ଦରୀର ଦେଖା ଦର୍ଶନ ମିଳୁନି । ସାତକୋଶିଆ ଜଙ୍ଗଲ ଭିତରେ ଚାଲିଚାଲି ବୁଲିବା, ଟ୍ରାଙ୍କୁଲାଇଜିଂ ଟିମ୍ ପାଇଁ ସମ୍ଭବ ହେଉ ନଥିବାରୁ କୁଙ୍କି ନନ୍ଦ-ଯଶୋଦାଙ୍କ ଆବଶ୍ୟକତା ପଡ଼ିଛି । କିନ୍ତୁ ନନ୍ଦ ଆଜି ଦିନ ତମାମ ଟ୍ରକରେ ଚଢିନଥିଲା । ନଖାରାମି ଦେଖାଇଥିଲା । ସେ ରାସ୍ତାରେ ହଇରାଣ କରିପାରେ ବୋଲି ଆଶଂକା କରି ତାକୁ ସାତକୋଶିଆ ଆଉ ନନେବାକୁ ନିଷ୍ପତ୍ତି ହୋଇଛି । କେବଳ ଯଶୋଜା ,ସାତକୋଶିଆ ଯିବ ।   ବନବିଭାଗର ଭିତିରିଆ ନିର୍ଦ୍ଦେଶରେ ଚନ୍ଦକା ଗୋଡ଼ିବାରିରେ ଥିବା ତାଲିମପ୍ରାପ୍ତ ନନ୍ଦ, ଯଶୋଦାଙ୍କୁ ସାତକୋଶିଆ ନେବାକୁ ଚାଲିଥିଲା ପ୍ରୟାସ । ଗତକାଲିଠାରୁ ଲାଗିଛି ଟ୍ରକ୍ । ହେଲେ, ନା ନନ୍ଦ ଟ୍ରକରେ ଚଢୁଛି ନା ତା ମାଆ ଯଶୋଦା । ୧୯୮୫ରେ ଚେନ୍ନାଇ ଚିଡ଼ିଆଖାନାରୁ ଆସିଥିଲା ଯଶୋଦା ସେତେବେଳେ ତାକୁ ପ୍ରାୟ ୨୦ ବର୍ଷ ହୋଇଥିଲା ଏବଂ ସେ ଗର୍ଭବତୀ ଥିଲା ୧୯୮୭ରେ ପ୍ରଥମ ସନ୍ତାନ ନନ୍ଦକୁ ଜନ୍ମ ଦେଲା । ନନ୍ଦକୁ ଏବେ ୩୧ ବର୍ଷ ହେଲାଣି । ଆସାମରୁ ପ୍ରଶିକ୍ଷକ ଆସି ଏହି ମାଆ, ପୁଅଙ୍କୁ କୁଙ୍କି ତାଲିମ୍ ଦେଇଛନ୍ତି । ଜଙ୍ଗଲରେ ବୁଲି ବଣୁଆ ଜନ୍ତୁଙ୍କୁ ସାବାଡ୍ କରିବାର ଅଭିଜ୍ଞତା, ଏମାନଙ୍କର ରହିଛି । ୨୦୧୫ରେ ଚନ୍ଦକା, ଦାରୁଠେଙ୍ଗ ନନ୍ଦନକାନନ ଅଞ୍ଚଳରେ ଉତ୍ପାତ କରୁଥିଲା ଜଙ୍ଗଲୀ ହାତୀ ମାକେନା ଆଉ ଜଙ୍ଗଲ ଭିତରେ ବୁଲି ମାକେନାକୁ ଟ୍ରାଙ୍କୁଲାଇଜ୍ କରିବାରେ ସହାୟତା ଦେଇଥିଲା ନନ୍ଦ । ଅବଶ୍ୟ ମାଆ, ପୁଅ ୨ ଜଣ ମାହୁନ୍ତଙ୍କୁ ମାରି ଦେଇଥିବା ରେକର୍ଡ ରହିଛି । ତଥାପି ସୁନ୍ଦରୀ ଅଭିଯାନରେ ଏହି ଦୁଇ ହାତୀଙ୍କ ସହ ମାହୁନ୍ତ ରାଜକିଶୋର ବେହେରା ଏବଂ ସୁତାମଣି ସାମୁରାଇ ସାମିଲ ହେବେ ବୋଲି ନିଷ୍ପତ୍ତି ହୋଇଥିଲା । କିନ୍ତୁ ଏବେ ନନ୍ଦ ଓ ତା ମାହୁନ୍ତ ବାଦ ପଡିଛନ୍ତି । ସାତକୋଶିଆରେ କାହ୍ନା ଓ ସୁନ୍ଦରୀକୁ ଗାଇଡ୍ କରିବାକୁ କିଛିଦିନ ତଳେ ଶିମିଳିପାଳରୁ ଆସୁଥିଲେ ୨ଟି ତାଲିମପ୍ରାପ୍ତ ହାତୀ । କିନ୍ତୁ ସ୍ଥାନୀୟ ଲୋକେ ବିରୋଧ କରି, ଅଧା ବାଟରୁ ଫେରାଇ ନେଇଥିଲେ । ତେଣୁ ଏଥର ଯଶୋଦା ଉପରେ ଭରସା କରିଛି ବନବିଭାଗ । ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.