ଚାନ୍ଦବାଲି ପଳାଶପୁରରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ
14/12/2018 at 11:31 PM

ଚାନ୍ଦବାଲି୧୪/୧୨: ଚାନ୍ଦବାଲି ଥାନା ଅନ୍ତର୍ଗତ ଖେରଙ୍ଗ ପଞ୍ଚାୟତ ପଳାଶପୁର ଗାଁରେ ଦୁଇ ପରିବାରର ପୂର୍ବ ଶତୃତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ହୋଇଛି । ଏହି ଗୋଷ୍ଠୀ ସଂଘର୍ଷରେ ଉଭୟ ପକ୍ଷରୁ ଆହତ ବ୍ୟକ୍ତିମାନେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ସେଥିରେ ଜଣେ ଆହାତ ମହିଳା (ସସ୍ମିତା ନାୟକ)ଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ 108 ଯୋଗେ ଜିଲ୍ଲା ମୁଖ୍ୟ ଚିକାତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ଏଥିନେଇ ଚାନ୍ଦବାଲି ଥାନାରେ ଉଭୟ ପକ୍ଷରୁ ଅଭିଯୋଗ ପରେ ଗୁରୁତର ଆହାତମାନଙ୍କୁ ସ୍ଥାନାନ୍ତର କରାଯିବା ସହ ତଦନ୍ତ ଆରମ୍ଭ କରିଛି ପୋଲିସ । ଏହି ଘଟଣାରେ ଉଭୟ ମଧ୍ୟରେ ଗାଁରେ ରାଜନୈତିକ ଚାପା ଉତ୍ତେଜନା ଥିବାରୁ ପୋଲିସ ସେଥତ୍ପାଇଁ ଗାଁ ଉପରେ ସତର୍କ ଦୃଷ୍ଟି ରଖଛି ।
Related Posts
ବୁଢିପଦା ଗାଁରେ ବନ ବିଭାଗର ଚଢାଉ, ବାଘଛାଲ ଜବତ
20 May 2022