Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ହସ୍ପିଟାଲରେ ଡାକ୍ତର ଓ ଆଟେଣ୍ଡାଣ୍ଟଙ୍କୁ ରୋଗୀଙ୍କ ସମ୍ପର୍କୀୟଙ୍କ ମାଡ଼: ୩ ଅଭିଯୁକ୍ତ ଗିରଫ

3/02/2019 at 10:07 AM

ଚାନ୍ଦବାଲି ୩/୨ : ଚାନ୍ଦବାଲି ହସ୍ପିଟାଲରେ ଡାକ୍ତରଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି | ଗତକାଲି ବିଳମ୍ବିତ ରାତ୍ରୀରେ ଚାନ୍ଦବାଲି ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡ଼।କ୍ତର ଓ ଆଟେଣ୍ଡାଣ୍ଟଙ୍କୁ ୩ ଜଣ ଅଭିଯୁକ୍ତ ମାଡ଼ ମାରିବା ସହ ସେବିକାଙ୍କୁ ଗାଳିଗୁଲଜ ଏବଂ ମେଡ଼କାଲରେ ଭଙ୍ଗାରୁଜା କରିଥିଲେ । ଚାନ୍ଦବାଲି ଏନଏସି ଅନ୍ତର୍ଗତ ବାଲିଗଁ। ପାହାଡ଼ପୁର ୱାର୍ଡର ଜଣେ ରୋଗୀଙ୍କୁ ଡ଼।କ୍ତର ଡିସ୍ଚାର୍ଜ କରିବା ପରେ ରୋଗୀଙ୍କ ସହ ଆସିଥିବା ୩ ଜଣ ଅଭିଯୁକ୍ତ ପ୍ରଥମେ ଡ଼।କ୍ତରଙ୍କ ସହ ଯୁକ୍ତିତର୍କ କରିଥିଲେ । ପରେ ଡ଼।କ୍ତରଙ୍କ ସହ କର୍ମଚାରୀଙ୍କୁ ମାଡ଼ ମାରିଥିଲେ ।

ଏଥିରୁ ସେବିକା ମଧ୍ୟ ବାଦ ପଡ଼ନିଥିଲେ । ଏହି ଘଟଣାରେ ଚାନ୍ଦବାଲି ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ରରେ ଭାରପ୍ରାପ୍ତ ଅଧିକାରୀଙ୍କ ନିର୍ଦେଶରେ ଡ୍ୟୁଟିରେ ଥିବା ଡ଼।କ୍ତର ବିଷ୍ଣୁ ପ୍ରଦାଦ ସାହୁ ଚାନ୍ଦବାଲି ଥାନାରେ ଅଭିଯୋଗ କରିବା ପରେ ଚାନ୍ଦବାଲି ପୋଲିସ ଡ଼।କ୍ତରଙ୍କ ଅଭିଯୋଗ ଆଧାରରେ ୩ ଜଣ ଅଭିଯୁକ୍ତଙ୍କୁ ଗରିଫ କରିଛି । ଗିରଫ ଅଭଯୁକ୍ତଙ୍କ ନିକଟରୁ ଏକ ନଂ ବିହିନ ବାଇକ ସହ ଗାଡ଼ିରେ ଛୁରୀ ଏବଂ ଲୁହା ପାଇପଙ୍କୁ ମଧ୍ୟ ପୋଲିସ ଜବଦ କରିଛି ।

   Related Posts