Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ଚନ୍ଦା କୋଚ୍ଚରଙ୍କୁ ବଡ ଝଟ୍‌କା ; ଭିଡିଓକନ୍ ଋଣ ଦୁର୍ନୀତି ମାମଲାରେ ଆଇସିଆଇସିଆଇର ପୂର୍ବତନ ସିଇଓ ବରଖାସ୍ତ

31/01/2019 at 8:44 AM

କୋଏମ୍ବାଟୁର ୩୧|୧:  ଦିନେ ଥିଲେ ଗେହ୍ଲାଝିଅ । ଏବେ କିନ୍ତୁ ଖେଳ ଖତମ୍ । ଜଣେ ସାଧାରଣ କର୍ମଚାରୀ ଭାବେ କ୍ୟାରିଅର୍ ଆରମ୍ଭ କରି ସିଇଓ ଚୌକିରେ ବସିଥିବା ମହିଳା ଜଣକ ଆଜି ବରଖାସ୍ତ । ଆଇସିଆଇସିଆଇର ପୂର୍ବତନ ସିଇଓ ଚନ୍ଦା କୋଚ୍ଚରଙ୍କୁ ଲାଗିଛି ବଡ଼ ଝଟକା । ଭିଡିଓକନ୍ ଋଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଚନ୍ଦା ।

ବ୍ୟକ୍ତିଗତ ସ୍ବାର୍ଥ ସାଧନ ପାଇଁ ସେ ବ୍ୟାଙ୍କର ଆଚାର ସଂହିତା ଲଙ୍ଘନ କରିଥିଲେ ବୋଲି ତଦନ୍ତ କରୁଥିବା କମିଟି ତା’ର ରିପୋର୍ଟ ଦେଇଛି । ଏହାର ଦଣ୍ଡ ସ୍ବରୂପ ୨୦୦୯ରୁ ଚନ୍ଦା ନେଇଥିବା ସମସ୍ତ ବୋନସ୍ ଓ ଭତ୍ତାକୁ ମଧ୍ୟ ଫେରାଇ ଦେବା ପାଇଁ ବ୍ୟାଙ୍କ ବୋର୍ଡକୁ ରିପୋର୍ଟ ଦେଇଛନ୍ତି ତଦନ୍ତ କରୁଥିବା ଜଷ୍ଟିସ୍ ବି.ଏନ୍. ଶ୍ରୀକ୍ରିଷ୍ଣା କମିଟି ।

ତେବେ ତାଙ୍କ ବିରୋଧରେ ଏଭଳି ରିପୋର୍ଟକୁ ଦେଖି ଚକିତ ହୋଇଯାଇଛନ୍ତି ଚନ୍ଦା । ୩୪ ବର୍ଷର କାଳ ବ୍ୟାଙ୍କର ସେବା କରିଥିବା ବେଳେ ଶେଷରେ ଏଭଳି କାର୍ଯ୍ୟାନୁଷ୍ଠାନକୁ ହଜମ କରିପାରିନାହାନ୍ତି । ରିପୋର୍ଟଙ୍କୁ ନିରାଶା ଓ ଆଧାରହୀନ ବୋଲି କହିଛନ୍ତି ଚନ୍ଦା । ପୂର୍ବରୁ ଆଚାର ସଂହିତା ଉଲ୍ଲଂଘନ କରି ସ୍ବାମୀ ଦୀପକ କୋଚ୍ଚର ଓ ଭିଡିଓକନ୍ ଏମଡି ବେଣୁଗୋପାଳ ଧୂତଙ୍କୁ ସେ ଲୋନ୍ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା । ଏହାପରେ ଅକ୍ଟୋବର ୨୦୧୮ରେ ଇସ୍ତଫା ଦେଇଥିଲେ ଚନ୍ଦା ।   

   Related Posts