Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : ଖସୁଛି କରୋନା ଗ୍ରାଫ, ଦେଶରେ ଗତ ୨୪ଘଣ୍ଟାରେ ୩୬୬୦୪ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ
  • ||

Covid-19: ଆଂଶିକ ଲକଡାଉନ୍ ହେବ ଜର୍ମାନ୍

28/10/2020 at 10:51 PM

ବର୍ଲିନ୍‌ : ଶୀତ ଋତୁ ଆଗମନ ସହ ୟୁରୋପୀୟ ଦେଶମାନଙ୍କରେ ପୁଣି କରୋନା ଭାଇରସ ମହାମାରୀର ପ୍ରକୋପ ଦେଖାଦେଇଛି। ଉପୁଜିଥିବା ପରିସ୍ଥିତିରେ ଫ୍ରାନ୍ସକୁ ମାସକ ଲାଗି ପୁଣି ଲକଡାଉନ କରାଯାଇପାରେ ବୋଲି ଆଶଙ୍କା କରାଯାଉଥିବା ବେଳେ ଜର୍ମାନ ମଧ୍ୟ ଫ୍ରାନ୍ସ  ରାସ୍ତା  ଅବଲମ୍ବନ କରିବ ବୋଲି ଜଣାପଡିଲାଣି। ଚାନ୍ସେଲର ଏଞ୍ଜେଲା ମାର୍କେଲ ଦେଶକୁ ଆଂଶିକ ଲକଡାଉନ୍‌ ଘୋଷଣା କରିବେ ବୋଲି ପ୍ରସ୍ତୁତ ସରକାରୀ ବ୍ରିଫିଙ୍ଗ ଡକ୍ୟୁମେଣ୍ଟରୁ ଜଣାପଡିଛି।

ଏଥିରେ ଦେଶର ସମସ୍ତ ଆମୋଦ ପ୍ରମୋଦ ଗତିବିଧିକୁ ଚାନ୍ସେଲର ନଭେମ୍ବର ମାସ ତମାମ ବନ୍ଦ କରିଦେବାକୁ ଯୋଜନା କରିଥିବା ବେଳେ ସାରା ଦେଶରେ ବାର ଓ ରେଷ୍ଟୁରାଣ୍ଟ ମଧ୍ୟ ବନ୍ଦ କରିପାରନ୍ତି।  ଏଣୁ ଅତ୍ୟନ୍ତ ଆବଶ୍ୟକତା ନଥିଲେ ବ୍ୟକ୍ତିଗତ ସମ୍ପର୍କକୁ ହ୍ରାସ କରିବା ଲାଗି ଚାନସେଲର  ଜନସାଧାରଣଙ୍କୁ ନିବେଦନ କରିପାରନ୍ତି। ସେହିପରି ଅନାବଶ୍ୟକ ବ୍ୟକ୍ତିଗତ ଯାତ୍ରା ନ କରିବାକୁ ମଧ୍ୟ ଲୋକଙ୍କୁ ନିବେଦନ କରିବେ ବୋଲି ଜଣାପଡିଛି।

ପ୍ରସଙ୍ଗରେ ଏଞ୍ଜଲା ମାର୍କେଲ ବିଭିନ୍ନ ରାଜ୍ୟ ମୁଖ୍ୟଙ୍କ ସହ ମଧ୍ୟ ଆଲୋଚନା କରିବେ। ଜର୍ମାନ ଦେଶରେ ପ୍ରଥମ ପର୍ୟ୍ୟାୟ କୋଭିଡକୁ କଡ଼ା କଟକଣା ଜାରି କରି ଆୟତ୍ତ କରିଥିଲା। ପରେ ଦେଶରେ ପୁଣି ଲୋକେ ସ୍ୱଭାବିକ ଜୀବନଯାତ୍ରା ଆରମ୍ଭ କରିଥିବା ବେଳେ ଶୀତ ଋତୁ ଆଗମନ ସହ ସଂକ୍ରମଣ ବ୍ୟାପିବା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଦେଶରେ ପୁଣି ଏକ ଲକଡଉନର କେହି ପରିକଳ୍ପନା ମଧ୍ୟ କରିନଥିଲେ। ସରକାର ମଧ୍ୟ ଏପରିକିଛି କଡ଼ା କଟକଣା ଲାଗୁ କରିବାକୁ ଚାହାନ୍ତି ନାହିଁ ଯେଉଁଥିଲାଗି ଦେଶର ଅର୍ଥନୀତି ପ୍ରଭାବିତ ହେବାର ଆଶଙ୍କା କରାଯାଉଛି।

ପୂର୍ବ ଭଳି କଡ଼ାକଡ଼ି ଲକଡାଉନ ନକରି ମଧ୍ୟ ପରିସ୍ଥିତିକୁ ଆୟତ୍ତାଧିନ କରିବାକୁ ଚାହୁଁଛନ୍ତି ଜର୍ମାନ ଚାନ୍ସେଲର। ହୁଏତ ମାର୍କେଲଙ୍କ ଏପରି ପ୍ରସ୍ତାବକୁ ଏବେ କେତେକ ରାଜ୍ୟ ନାକଚ ମଧ୍ୟ କରିପାରନ୍ତି। ହେଲେ ଜର୍ମାନର କେତେକ ଅଞ୍ଚଳରେ ଇଫେକ୍ଟିଭ କଣ୍ଟ୍ରାକ୍ଟ ଟ୍ରେସିଂ ଏବେ ହୁଏତ ଆଉ ସମ୍ଭବ ହୋଇ ନପାରେ। ଏଣୁ କଟକଣା ଜାରି କରାନଗଲେ ସଂକ୍ରମଣ ହାର ବଢିବା ସହ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଉପରେ ଚାପ ବଢିବ।  ଏଥିରୁ ଗୁରୁତର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ସାଙ୍ଗକୁ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବ ବୋଲି ଏବେଠୁ ଆଶଙ୍କା କରାଗଲାଣି।

ତେବେ କଟକଣା ଯୋଗୁ ପ୍ରଭାବିତ ହେବାକୁ ଥିବା ବ୍ୟବସାୟ ଓ ବର୍ଗ ଲାଗି  ସମ୍ପୂର୍ଣ୍ଣ ସହାୟତା ଯୋଗାଇ ଦେବାକୁ ମଧ୍ୟ ସରକାର ଯୋଜନା କରିଛନ୍ତି। ବୁଧବାର ଜର୍ମାନରେ ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪ ହଜାର ୯୬୪ରେ ପହଞ୍ଚିଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ଲକ୍ଷ ୬୪ ହଜାର ୨୩୯ରେ ପହଞ୍ଚିଛି। ଆମ୍ଭେମାନେ ବର୍ତ୍ତମାନ ମହାମାରୀର ଗୁରୁତର ପରିସ୍ଥିତିରେ ପହଞ୍ଚି ସାରିଛେ ବୋଲି କ୍ୟବିନେଟ ବୈଠକ ପରେ କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଜେନ୍ସ ସ୍ପାହନ। ବୈଠକରେ ଲାବରୋଟରୀ ପରୀକ୍ଷଣ କ୍ଷମତା ବୃଦ୍ଧି ଓ କର୍ମଜୀବି ଅଭିଭାବକଙ୍କ ସହାୟତା ନିମନ୍ତେ ନିଷ୍ପତ୍ତି ହୋଇଛି।

   Related Posts