ଆରୋଗ୍ୟ ସେତୁ ଆପକୁ ଅପବ୍ୟବହାର କରିପାରେ ପାକିସ୍ତାନ, ଟାର୍ଗେଟରେ ଭାରତୀୟ ସେନାଧିକାରୀଙ୍କ ସ୍ମାର୍ଟଫୋନ୍ !

Published By : Prameya-News7 Bureau | April 27, 2020 IST

ନୂଆଦିଲ୍ଲୀ, ୨୭|୦୪:   ଭାରତ ସରକାରଙ୍କ ଆରୋଗ୍ୟ ସେତୁ ଆପ୍ଲିକେସନକୁ ପାକିସ୍ତାନର ଗୁଇନ୍ଦା ବିଭାଗ ଅପବ୍ୟବହାର କରିପାରେ ବୋଲି ପ୍ରତିରକ୍ଷା ସୂତ୍ରରୁ ସୂଚନା ମିଳିଛି । ଏହି ଆପ୍ଲିକେସନର ନାମକୁ ସାମାନ୍ୟ ପରିବର୍ତ୍ତନ କରି ପାକିସ୍ତାନ ଅପବ୍ୟବହାର ପାଇଁ ଯୋଜନା ପ୍ରସ୍ତୁତ କରିଥିବା ଜଣାପଡିଛି ।

ଏହି ଆପ୍ଲିକେସନକୁ ଭାରତ ସରକାର ପ୍ରସ୍ତୁତ କରିଥିଲେ । ଏହା କରୋନା ସମ୍ବନ୍ଧରେ ବିଭିନ୍ନ ତଥ୍ୟ ଲୋକଙ୍କ ନିକଟରେ ପହଁଚାଇଥାଏ । ଏପରିକି ଆପଣ କରୋନା ସଂକ୍ରମିତଙ୍କ ନିକଟତର ହେଲେ ଏହା ଆପଣଙ୍କୁ ଆଲର୍ଟ ମଧ୍ୟ କରିଥାଏ । ଆଇସିଏମଆରର ଡାଟାବେସ୍ ଅନୁଯାୟୀ ଏହା ତଥ୍ୟ ପ୍ରଦାନ କରିଥାଏ ।

{"id":261009,"width":692,"height":454,"sizeSlug":"large"}

ତେବେ କିଛି ପାକିସ୍ତାନୀ ସଂସ୍ଥା ଆରୋଗ୍ୟସେତୁ,ଏପିକେ ନାମକ ଆଉ ଏକ ଆପ୍ଲିକେସନ ପ୍ରସ୍ତୁତ କରିଛନ୍ତି । ଏହାକୁ ସେମାନେ ୟୁକେରୁ ଭାରତର କିଛି ସେନାଅଧିକାରୀଙ୍କ ନିକଟକୁ ଡାଉନଲୋଡ୍ କରିବାକୁ ପଠାଇପାରନ୍ତି। ଏହା ଥରଟିଏ ମୋବାଇଲରେ ଇନଷ୍ଟଲ ହେଲେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହ୍ୟାକ୍ କରିଥାଏ । ୟୁଜରଙ୍କ ଅଜାଣତରେ ଏହା ସମସ୍ତ ଡାଟା ଚୋରି କରିଥାଏ । ପାକ୍ ଗୁଇନ୍ଦା ଏଜେନ୍ସି ଏହି ସଫ୍ଟଓୟାର ସାହାଯ୍ୟରେ ଅନେକ ଡାଟା ଆକସେସ୍ ମଧ୍ୟ କରିପାରିବ । ପାକ୍ ଗୁଇନ୍ଦା ସଂସ୍ଥା ଏପରି ଭାବେ ଭାରତୀୟ ସେନାଧିକାରୀ ଓ ସେମାନଙ୍କ ପରିବାର ଉପରେ ନଜର ରଖିବାକୁ ପ୍ରୟାସ କରୁଛି । କିଛି ପାକିସ୍ତାନୀ ସଂସ୍ଥା ଟୋଲଫ୍ରି ନମ୍ବର ସାହାଯ୍ୟରେ କଲ୍ କରି ଏହି ଆପ୍ ଇନଷ୍ଟଲ୍ କରିବାକୁ କହୁଛନ୍ତି ।

ଜଣେ ବରିଷ୍ଠ ସେନାଧିକାରୀ କହିଛନ୍ତି ଯେ, ଯବାନ ଓ ଅଧିକାରୀଙ୍କୁ ଏହା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ କୁହାଯାଉଛି ।ସାଇବଲ୍ ସେଲକୁ ମଧ୍ୟ ଏନେଇ ସୂଚନା ଦିଆଯାଇଛି । ସୂତ୍ରାନୁସାରେ, ସେନାଅଧିକାରୀଙ୍କୁ ଏପରି ଆପ୍ ଇନଷ୍ଟଲ କିମ୍ବା ଡାଉନଲୋଡ୍ ନକରିବା ପାଇଁ କୁହାଯାଇଛି । ଆରୋଗ୍ୟ ସେତୁ ଆପକୁ କେବଳ ପ୍ଲେଷ୍ଟୋର କିମ୍ବା ସରକାରୀ ଓ୍ୱେବସାଇଟରୁ ଡାଉନଲୋଡ କରିବା ପାଇଁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.