ଭୁବନେଶ୍ୱରରେ କରୋନା ଡର: ସଂକ୍ରମଣ ବୃଦ୍ଧି ଆଶଙ୍କା କରୁଛି ଛାନିଆ, ବସ୍ତି ଅଞ୍ଚଳ ଉପରେ ଅଧିକ ନଜର

Published By : Prameya-News7 Bureau | June 26, 2020 IST

ଭୁବନେଶ୍ୱର, ୨୬|୦୬ :  ଭୁବନେଶ୍ୱରରେ ଶୁକ୍ରବାର ପର୍ଯ୍ୟନ୍ତ ୨୭୪ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ଏହା ମଧ୍ୟରୁ ୧୩୨ଟି ଆକ୍ଟିଭ କେସ୍ ଥିବା ବେଳେ ୧୩୮ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କରୋନା ବଢିବାର ସମ୍ଭାବନା ଥିବା ଏକ ସାମ୍ବାଦିକ ସମ୍ମିଳନୀରେ କହିଛି ବିଏମସି ।

ବିଏମସି କହିଛି ଯେ, ସାଲିଆ ସାହି ବସ୍ତିରେ ୧୦ ରାଉଣ୍ଡ ସର୍ଭେଲାନ୍ସ ସରିଛି । ସୁବାସନଗର ବସ୍ତିରେ ମଧ୍ୟ ୬ ରାଉଣ୍ଡ ସର୍ଭେଲାନ୍ସ ସରିଛି ।ବସ୍ତି ଅଞ୍ଚଳ ଉପରେ ଅଧିକ ଧ୍ୟାନ ଦିଆଯାଉଛି । ଶୁକ୍ରବାର ସୁଦ୍ଧା ପର୍ଯ୍ୟନ୍ତ ୨୭୪ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ଏହା ମଧ୍ୟରୁ ୧୩୨ଟି ଆକ୍ଟିଭ କେସ୍ ଥିବା ବେଳେ ୧୩୮ ଜଣ ସୁସ୍ଥ ହୋଇଛନ୍ତି ।ସିଲ୍ ହୋଇଥିବା ଘରୋଇ ହସ୍ପିଟାଲରୁ ୩୯ଟି ପଜିଟିଭ୍ ଚିହ୍ନଟ ହୋଇଛି ।

ବିଏମସି ପକ୍ଷରୁ ଆହୁରି କୁହାଯାଇଛି ଯେ, ଭୁବନେଶ୍ୱରକୁ ପ୍ରତିଦିନ ୬ଟି ଟ୍ରେନ୍ ଆସୁଛି । କରୋନା ମୁକାବିଲା ପାଇଁ ସଚେତକ କମିଟି ଗଠିତ ହୋଇଛି । ପ୍ରତି ଓ୍ୱାର୍ଡରେ କୋଭିଡ୍ ପରିଚାଳନା ବ୍ୟବସ୍ଥା କରାଯାଇଛି । ପ୍ରତି ୫ଟି ଓ୍ୱାର୍ଡକୁ ଜଣେ ବରିଷ୍ଠ ଅଧିକାରୀ ତଦାରଖ କରୁଛନ୍ତି । ରାଜଧାନୀରେ କରୋନା ବଢିବାର ସମ୍ଭାବନା ରହିଛି ବୋଲି ବିଏମସି କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.