୨୦ ମିନିଟ୍‌ରେ ୨୦ ହଜାର ଟଙ୍କା ରୋଜଗାରର ସୂବର୍ଣ୍ଣ ସୁଯୋଗ: ଜାଣନ୍ତୁ କିପରି...

Published By : Prameya-News7 Bureau | September 30, 2021 IST

ନୂଆଦିଲ୍ଲୀ ୩୦/୦୯: ଦେଶର ପ୍ରତ୍ୟେକ କୋଣରେ ଖାଦ୍ୟପ୍ରେମୀଙ୍କୁ ଦେଖିବାକୁ ପାଇବେ। ଯଦି ଆପଣ ମଧ୍ୟ ଖାଦ୍ୟପେୟରେ ରୁଚି ରଖୁଥାନ୍ତି, ତେବେ ଆପଣ ଏହା ଖାଇକି ଜିତିପାରିବେ ୨୦ ହଜାର ଟଙ୍କା । ବର୍ତ୍ତମାନ ଷ୍ଟ୍ରିଟ୍‌ ଫୁଡ୍‌ ଠାରୁ ରେସ୍ତୋରାଁ ପର୍ଯ୍ଯନ୍ତ ସବୁଠି ଫାଷ୍ଟଫୁଡ୍ ମିଳିଥାଏ । ହେଲେ ସମଗ୍ର ବିଶ୍ୱର ଅଧିକାଂଶ ଲୋକେ ଫାଷ୍ଟଫୁଡ ଖାଇବାକୁ ଭଲ ପାଆନ୍ତି। ବରଗର, ପିଜା, ରୋଲ୍ ଇତ୍ୟାଦି  ଖାଇବା ପାଇଁ ଲୋକଙ୍କ ମଧ୍ୟରେ ସବୁଠି  ଭିଡ ଜମିଥାଏ।

ବର୍ତ୍ତମାନ ଏପରି ଏକ ଖବର ଆସିଛି ।  ଯାହା ବିଷୟରେ ଜାଣିଲେ ଖାଦ୍ଯପ୍ରେମୀ ଖୁସି ହୋଇ ଯିବେ। ଯେଉଁଠାରେ ଏକ ଦୋକାନ ଅଛି ଆପଣ ଖାଦ୍ୟ ଖାଇଲେ ଟଙ୍କା ଜିତିପାରିବେ। ତେବେ ଏହି ଦୋକାନଟି ଦିଲ୍ଲୀରେ ଅଛି। ଯେଉଁଠାରେ ଗ୍ରାହକମାନେ ଏକ ରୋଲ ଖାଇଲେ ୨୦ ହଜାର ଟଙ୍କା ପୁରସ୍କାର ଜିତିପାରିବେ। ଯଦି ଆପଣ ମଧ୍ୟ କିଛି ଖାଇକି ଟଙ୍କା ରୋଜଗାର କରିବାକୁ ଚାହାଁନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ  ବି ଖୁବ୍‌ ଲାଭଦାୟକ ହେବ ।

ଦିଲ୍ଲୀର ମଡେଲ ଟାଉନ୍ -୩ ରେ ଏକ ରାସ୍ତା କଡ଼ରେ ଥିବା ଖାଦ୍ୟ ଷ୍ଟଲ୍ ଅଛି। ଯେଉଁଠାରେ ଜଣେ ଦୋକାନୀ ୧୦  କିଲୋଗ୍ରାମର ଏକ କାଠି ରୋଲ ବିକ୍ରି କରୁଛନ୍ତି । ଏହି ଦୋକାନୀ ଏକ ସର୍ତ୍ତ ରଖିଛନ୍ତି ଯେ, ଯଦି କେହି ୨୦ ମିନିଟ ମଧ୍ୟରେ ଏହି କାଠି ରୋଲଟି ଖାଇଦେବ ତାଙ୍କୁ ନଗଦ ୨୦ ହଜାର ଟଙ୍କା ପୁରସ୍କାର ଦିଆଯିବ। ତେବେ ଏହି ରୋଲଟି  ପ୍ରାୟତଃ ୩ ବର୍ଷ ଶିଶୁର ଉଚ୍ଚାତ ସହ ସମାନ ହେବ।

wp:html
/wp:html

ଏହି ରୋଲଟି ମଧ୍ୟ ବହୁତ ମହଙ୍ଗା ଅଟେ । ଅଟାରେ ତିଆରି ଏକ ପରଟାରେ ୩୦ ଟି ଅଣ୍ଡା ଦିଆଯଉଛି । ଏହା ସହିତ ଏଥିରେ ଅନେକ ପନିପରିବା, ପନିର  ଆଦି ଦଆଯାଉଛି। ଏଗୁଡିକ ଦେବା ପରେ ଏଥିରେ ନାନା ପ୍ରକାରର ସସ୍ ଏବଂ ମିୟୋନି୍‌ ଇତ୍ୟାଦି ଦିଆଯାଇଥାଏ। ଏହି କାଠି ରୋଲ୍ ପ୍ରସ୍ତୁତ କରିବା ପରେ ଏହାର ଓଜନ ପ୍ରାୟ ପାଖାପାଖି ୧୦ କେଜି ହୋଇଯାଇଥାଏ।  ଯାହାର ମୂଲ୍ୟ ୩୦୦୦ ରୁ ୪୦୦୦ ଟଙ୍କା ମଧ୍ୟରେ ରଖାଯାଇଛି।

ଏହାକୁ ଖାଇବାକୁ ମାତ୍ର ୨୦ ମିନିଟ୍ ସମୟ ଦିଆଯିବ। ଯଦି ଏହି ରୋଲକୁ ୨୦ମିନିଟରେ ଖାଇ ଦିଅନ୍ତି, ତେବେ ଆପଣଙ୍କୁ ପୁରସ୍କାର ଅର୍ଥ ରାଶି ମିଳିବ। ଯେତେବେଳେ ଭିଡିଓକୁ ଲୋକମାନେ ଦେଖିଲେ ସେତେବେଳେ ସଭିଏଁ ଆଶ୍ଚର୍ଯ୍ୟ ହୋଇଗଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.