SBIଙ୍କ ମେଗା ଇ-ଅକ୍ସନ, ଶସ୍ତାରେ ପ୍ରପର୍ଟି କିଣିବା ଲାଗି ସୁବର୍ଣ୍ଣ ସୁଯୋଗ
2/03/2021 at 8:14 PM

ମୁମ୍ବାଇ ୨।୩: ଯଦି ଆପଣ ପ୍ରପର୍ଟି କିଣିବା ଯୋଜନାରେ ଅଛନ୍ତି ତେବେ ଆପଣଙ୍କ ଲାଗି ସୁବର୍ଣ୍ଣ ସୁଯୋଗ। ଭାରତୀୟ ଷ୍ଟେଟବ୍ୟାଙ୍କ (ଏସବିଆଇ) ଆୟୋଜନ କରିବାକୁ ଯାଉଛନ୍ତି ମେଗା ଇ-ଅକ୍ସନ। ଲୋକେ ଏସବିଆଇଙ୍କ ନିକଟରେ ବନ୍ଧକ ରଖିଥିବା ସମ୍ପତ୍ତି ସବୁ ନିଲାମ ହେବ। ଏହି ଇ-ଅକ୍ସନ ମାର୍ଚ୍ଚ ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି।
ଏହି ଇ-ନିଲାମରେ ଏସବିଆଇ ଘର, ଆବାସୀୟ ଓ କମର୍ସିଆଲ ଭୂମି, ପ୍ଲାଣ୍ଟ ଓ ମେସିନାରୀ, ଗାଡ଼ି ସମେତ ଅନେକ ଜିନଷ ରଖା ଯିବ। ଏଥିରେ ଅଂଶଗ୍ରହଣ କରିବା ଲାଗି ଆପଣଙ୍କୁ ଅନଲାଇନ୍ ଆବେଦନ କରିବାକୁ ହେବ। ଏସବିଆଇ ତାଙ୍କ ଟ୍ୱିଟ୍ ହ୍ୟାଣ୍ଡଲରେ ଏ ନେଇ ସୂଚିତ କରିଛନ୍ତି।
କେଉଁ ସମ୍ପତ୍ତିର ହୋଇଥାଏ ନିଲାମ
ବ୍ୟାଙ୍କ ଗ୍ରାହକଙ୍କୁ ଋଣ ଦେବା ଲାଗି ସମାନ ମୂଲ୍ୟର ସମ୍ପତ୍ତି ବନ୍ଧକ ରଖନ୍ତି। ଯଦି ଗ୍ରାହକ ଋଣ ପୈଠ କରିବାରେ ବିଫଳ ହୁଅନ୍ତି ତେବେ ବ୍ୟାଙ୍କ ତାଙ୍କ ବନ୍ଧକ ସମ୍ପତ୍ତି ନିଲାମ କରି ଋଣ ବାବଦ ରାଶି ଭରଣା କରନ୍ତି। କେବଳ ବନ୍ଧକ ନୁହେଁ ବ୍ୟାଙ୍କ ନ୍ୟାୟାଳୟଙ୍କ ଦ୍ୱାରା କୋରକ ସମ୍ପତ୍ତିର ମଧ୍ୟ ନିଲାମ କରନ୍ତି।
ଏହି ସବୁ କଥା ଧ୍ୟାନ ରଖନ୍ତୁ
ଯଦି ଆପଣ ଇ-ନିଲାମରେ ଅଂଶଗ୍ରହଣ କରିବାକୁ ଆଗ୍ରହୀ ତେବେ ଆପଣଙ୍କୁ ଏଥିଲାଗି ଇଏମଡି ବା ଏର୍ଣ୍ଣେଷ୍ଟ ମନି ଡିପୋଜିଟ ଦେବାକୁ ପଡିବ। ସେହିପରି ବ୍ରାଞ୍ଚରେ କେୱାଇସି ବିବରଣୀ ସମେତ ସମସ୍ତ କାଗଜାତ ଦାଖଲ କରିବାକୁ ହେବ। ଭେଲିଡ ଡିଜିଟାଲ ସିଗ୍ନେଚର ମଧ୍ୟ ଜରୁରି। ବ୍ୟାଙ୍କ ବ୍ରାଞ୍ଚରେ ଇଏମଡି ଓ କେୱାଇସି ଡକ୍ୟୁମେଣ୍ଟ ଜମା କରିବା ପରେ ଇ-ନିଲାମକାରୀଙ୍କ ପକ୍ଷରୁ ବିଡର୍ସଙ୍କୁ ତାଙ୍କ ଇ-ମେଲରେ ଲଗିନ ଆଇଡି ଓ ପାଶୱାର୍ଡ ପ୍ରଦାନ କରାଯିବ। ଏହା ଦ୍ୱାରା ଆପଣ ନିଲାମରେ ଅଂଶଗ୍ରହଣ କରିପାରିବେ।