'ଟି୨୦ ବିଶ୍ୱକପର ଆୟୋଜନ କଷ୍ଟକର ! ବାତିଲ ହୋଇପାରେ ଟୁର୍ଣ୍ଣାମେଣ୍ଟ': ଓ୍ୱାର୍ଣ୍ଣର

Published By : Prameya-News7 Bureau | May 09, 2020 IST

ନୂଆଦିଲ୍ଲୀ, ୦୯|୦୫:  କରୋନା ମହାମାରୀ ପାଇଁ ଦେଶବିଦେଶର ଅନେକ ବଡ ବଡ ଖେଳ ଟୁର୍ଣ୍ଣାମେଣ୍ଟ ରବ୍ଦ ହୋଇଯାଇଛି । ଏହି ସମୟରେ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା ଆଇସିସି ଟି୨୦ ବିଶ୍ୱକପ୍ ପାଇଁ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି । ଏହି ଖେଳର ଆୟୋଜନ ହୋଇ ନପାରେ ବୋଲି ମଧ୍ୟ କିଛି କ୍ରିକେଟ ବିଶେଷଜ୍ଞ କହୁଛନ୍ତି ।

ଏହା ମଧ୍ୟରେ ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ୍ ଡେଭିଡ୍ ଓ୍ୱାର୍ଣ୍ଣର ଏକ ବଡ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଅକ୍ଟୋବର ଓ ନଭେମ୍ବରରେ ଟି୨୦ ବିଶ୍ୱକପ ଆୟୋଜନ କଷ୍ଟକର । ଏହି ପରିସ୍ଥିତି ଲାଗି ରହିଲେ ଆଇସିସି ଟୁର୍ଣ୍ଣାମେଣ୍ଟର ଆୟୋଜନ କରିବ ନାହିଁ । ୧୬ଟି ଟିମକୁ ଗୋଟିଏ ସମୟରେ ଆଣିବା କଷ୍ଟକର ହୋଇଯିବ । କିନ୍ତୁ ଆଇସିସି ଏବେସୁଦ୍ଧା ଏନେଇ କୌଣସି ନିଷ୍ପତ୍ତି ନେଇନାହିଁ । ରୋହିତ ଶର୍ମାଙ୍କ ସହ ଇନଷ୍ଟାଗ୍ରାମ୍ ଚାଟରେ ଓ୍ୱାର୍ଣ୍ଣର ଏହା କହିଛନ୍ତି ।

{"id":267216,"width":745,"height":424,"sizeSlug":"large"}

ଏହି ଚାଟରେ ରୋହିତ କହିଛନ୍ତି ଯେ, ବିଶ୍ୱକପ ପରେ ଭାରତ ଅଷ୍ଟ୍ରେଲିଆ ସହ ମୁହାଁମୁହିଁ ହେବ । ସେ ଅଷ୍ଟ୍ରେଲିଆ ବିରୋଧରେ ଖେଳିବା ପାଇଁ ପସନ୍ଦ କରନ୍ତି । ଦଳ ୨୦୧୯ରେ କଙ୍ଗାରୁ ବିରୋଧରେ ବିଜୟ ଲାଭ କରିଥିଲା । ତେବେ ଓ୍ୱାର୍ଣ୍ଣର ଓ ସ୍ମିଥଙ୍କୁ ଉପସ୍ଥିତିକୁ ସେ ଅନୁଭବ କରିପାରୁଥିବା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.