Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||

ଚମ୍ପୁଆ ରେଞ୍ଜରେ ଥମୁନି ହାତୀ ଆତଙ୍କ, ମହିଳାଙ୍କୁ କଚାଡି ମାରିଲା ଗୋଠଛଡା ଦନ୍ତା

12/07/2021 at 9:34 AM

ବଡବିଲ, ୧୨/୦୭: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜରେ ଥମୁନି ହାତୀ ଆତଙ୍କ । ହାତୀପଲ କେତେବେଳେ ଘରଦ୍ୱାର ଭାଙ୍ଗି ଦେଉଛନ୍ତି ତ ଆଉ କେତେବେଳେ ଫସଲ ଉଜାଡ଼ି ଦେଉଛନ୍ତି । ବିଭିନ୍ନ ସମୟରେ ହାତୀ ଆକ୍ରମଣରେ ଲୋକଙ୍କ ପ୍ରାଣହାନୀ ଘଟୁଛି ।

ରବିବାର ରାତିରେ ପୁଣି ଏହିଭଳି ଏକ ଦୁଃଖଦ ଘଟଣା ଘଟିଛି । ଚମ୍ପୁଆ ଏନଏସି ୨ନଂ ୱାର୍ଡର  ପାଞ୍ଚ ପୋଖରୀଆ ଅଞ୍ଚଳରେ  ଗୋଠଛଡା ଦନ୍ତାହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ମୃତକ  ପାଞ୍ଚପୋଖରୀଆ ମୁଣ୍ଡା ସାହିର ୬୦ ବର୍ଷିୟା ରାଜେଶ୍ୱରୀ ସର୍ଦ୍ଧାର । ରବିବାର ବିଳମ୍ବିତ ରାତିରେ ଶୌଚ ପାଇଁ ଅଗଣାକୁ ଯାଇଥିବା ବେଳେ ଏକ ଗୋଠ ଛଡା ଦନ୍ତା ହାବୁଡ଼ରେ ପଡିଯାଇଥିଲେ ବୃଦ୍ଧା। ବୃଦ୍ଧାଙ୍କୁ ଟେକି କଚାଡି ଦେଇଥିଲା ଦନ୍ତା ।  ସଙ୍କଟାପନ୍ନ ଅବସ୍ଥାରେ  ଉଦ୍ଧାର କରାଯାଇ ତାଙ୍କୁ ପ୍ରଥମେ ଚମ୍ପୁଆ ମେଡିକାଲକୁ ନିଆଯାଇଥିଲା ଓ ପରେ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତେବେ କେନ୍ଦୁଝର ନେବା ବାଟରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ଏନେଇ  ବନ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି ।

   Related Posts