Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

କରୋନା କଟକଣା ପାଇଁ ସ୍ନାନଯାତ୍ରା ଫିକା : ଆଜି ଚମ୍ପକ ଦ୍ବାଦଶୀ, ବଡଦାଣ୍ଡକୁ ବାହାରିବନି ଗୁଆଲି ଶୋଭାଯାତ୍ରା

3/06/2020 at 11:20 AM

ପୁରୀ ୩।୬: ଗୋଟିଏ ପଟେ ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିରରେ ପ୍ରସ୍ତୁତି ଚାଲିଛି । ଆଜି ଚମ୍ପକ ଦ୍ବାଦଶୀ ହୋଇଥିବାରୁ କୋଭିଡ୍ ଗାଇଡଲାଇନ୍ ଅନୁସାରେ ଏହାର ନୀତି କେବଳ ଶ୍ରୀମନ୍ଦିର ପରିସର ଭିତରେ ସୀମିତ ରହିବ । ଚମ୍ପକ ଦ୍ବାଦଶୀରେ ଶ୍ରୀଜିଉଙ୍କ ଗୁଆଲି ଶୋଭାଯାତ୍ରା ବଡଦାଣ୍ଡକୁ ବାହାରିବ ନାହିଁ । ଯେହେତୁ କୋଭିଡ୍ ନିୟମ ଅନୁସାରେ ବାହାରେ କୌଣସି ଧାର୍ମିକ ଶୋଭାଯାତ୍ରା ହୋଇପାରିବ ନାହଁ ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି ।

ଆସନ୍ତା ୫ ତାରିଖରେ ସ୍ନାନଯାତ୍ରା । ଏହା ଶ୍ରୀମନ୍ଦିର ପରିସର ଭିତରେ ଅନୁଷ୍ଠିତ ହେବ । ତେଣୁ କୋଭିଡ୍ ନିୟମକୁ ଦେଖି କଟକଣା ଭିତରେ ସ୍ନାନଯାତ୍ରା ପାଳନ ଲାଗି ନିଷ୍ପତ୍ତି ହୋଇଛି । କୌଣସି ଭକ୍ତ ଯେଭଳି ବଡଦାଣ୍ଡକୁ ନଆସନ୍ତି ସେଥିପାଇଁ ଜୁନ୍ ୪ ତାରିଖ ରାତିରୁ ବଡଦାଣ୍ଡରେ ୧୪୪ ଧାରା ଜାରି କରାଯିବ ଲାଗି ନିଷ୍ପତ୍ତି । ସେଥିପାଇଁ ଟିଭିରେ କେବଳ ଶ୍ରୀଜିଉଙ୍କ ସ୍ନାନ ନୀତି ଏବଂ ଗଜ ବେଶ ଦର୍ଶନ କରିବେ ଭକ୍ତ ।

ସେପଟେ ରଥଖଳାରେ ଜାରି ରହିଛି ରଥ ନିର୍ମାଣ କାର୍ଯ୍ୟ । ଏସବୁ ଭିତରେ ଆଜି ଚମ୍ପକ ଦ୍ବାଦଶୀ ନୀତି ପାଳିତ ହେବ ।

   Related Posts