Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଜିଲ୍ଲା ହସ୍ପିଟାଲରେ ଶବ ଜଗିଛି ଏଣ୍ଡୁଅ, ପୋଷ୍ଟମର୍ଟମ ପର୍ଯ୍ୟନ୍ତ ସେମିତି ବସି ରହିଥିଲା

27/12/2020 at 10:15 PM

ମାଲକାନଗିରି ୨୭।୧୨: ପିଲାଟି ବେଳେ ପାଠ ପଢିଲା ସମୟରେ ଛାତ୍ର-ଛାତ୍ରୀମାନେ ରାସ୍ତାରେ ଯାଉଥିବା ଏଣ୍ଡୁଅକୁ ଦେଖି ତାକୁ କହିଥାନ୍ତି ଏଣ୍ଡୁଅ ଭାଇ ଆମେ ପରୀକ୍ଷାରେ ପାସ୍ ହେବୁତ, ଏଣ୍ଡୁଅଟି ମୁଣ୍ଡ ଟୁଙ୍ଗାରି ଦେଲେ ପିଲାମାନେ ବହୁତ ଖୁସି ହୋଇ ଯାଇଥାନ୍ତି। ସତକଥା କହୁଥିବା ଏଣ୍ଡୁଅଟି ପୁଣି ତାର ମାନବିକତା ଦେଖାଇଛି। ମାଲକାନଗିରି ଜିଲ୍ଲାହସ୍ପିଟାଲରେ ପଡି ରହିଥିବା ଶବକୁ ଦୀର୍ଘ ୧୮ ଘଣ୍ଟା ଧରି ଜଗି ରହିଥିବା ଦୃଶ୍ୟ ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ଶନିବାର ସନ୍ଧ୍ୟାରେ ମାଲକାନଗିରି ଜେଲରେ ଦାନୁ ଗୋଲରୀ ନାମକ ଜଣେ ବିଚାରଧୀନ କଏଦୀଙ୍କ ରକ୍ତାକ୍ତ ଶରୀର ପାଇଖାନାରେ ପଡିଥିଲା। ତାଙ୍କୁ ଜେଲ୍ କର୍ତ୍ତୃପକ୍ଷ ମାଲକାନଗିରି ଜିଲ୍ଲା ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ନେଇ ଯାଇଥିଲେ। ହସ୍ପିଟାଲରେ ଡାକ୍ତର ଦାନୁଙ୍କୁ ମୃତ ଘୋଷଣା କରି ଦେବା ପରେ ଜେଲ୍ କର୍ତ୍ତୃପକ୍ଷ ହସ୍ପିଟାଲରେ ଦାନୁଙ୍କ ଶବକୁ ଛାଡି ଦେଇ ପଳାଇ ଆସିଥିଲେ।

ଶବକୁ କେବେ ବି ଏକା ରଖାଯାଇନଥିବାର ପ୍ରବାଦ ଥିବା ବେଳେ ଶବ ନିକଟରେ କେହି ନଥିବାରୁ  ଦାନୁଙ୍କ କମ୍ଵଳ ଘୋଡା ମୃତଶରୀର ପେଟ ଉପରେ ଶନିବାର ସନ୍ଧ୍ୟାରେ ଏକ ଏଣ୍ଡୁଅ ଗତକାଲି ଠାରୁ ଆଜି ପର୍ଯ୍ୟନ୍ତ ବସି ରହିଥିଲା। ଆଜି ସକାଳେ  ଦାନୁଙ୍କ ମୃତଶରୀର ପରିବାର ଲୋକଙ୍କ ପାଖରେ ପହଞ୍ଚିବା ପର୍ଯ୍ୟନ୍ତ ଏଣ୍ଡୁଅଟି ଶବକୁ ଜଗି ରହିଥିବା ହସ୍ପିଟାଲ କର୍ତ୍ତୃପକ୍ଷ, ଗଣମାଧ୍ୟମ ପ୍ରତିନିଧି ଓ ପୋଲିସ ଦେଖିବାକୁ ପାଇଥିଲେ। ଆଜି ଅପରାହ୍ନରେ ଦାନୁଙ୍କ ମୃତ ଶରୀରକୁ ପୋଷ୍ଟମର୍ଟମ କରିବା ପାଇଁ ନେବା ବେଳକୁ ଦାନୁଙ୍କ ପେଟ ଉପରେ ସେମିତି ରାତିତମାମ ଜଗି ରହିଥିବା ଏଣ୍ଡୁଅଟି ଡିଆଁ ମାରି ଝରକାବାଟେ ଜଙ୍ଗଲକୁ ପଳାଇଥିଲା। ଯାହାର କିଏ ନାହିଁ ତାକୁ ଭଗବାନ ହିଁ ଭରସା କୁହନ୍ତି ବେଲି ଏହି ଦୃଶ୍ୟ ଦେଖୁଥିବା ଲୋକେ କହିଛନ୍ତି।

   Related Posts