Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ସୋଆ ଅଡିଟୋରିୟମରେ ‘ଚଲେ। ଜିତେ ହେଁ’ ଚଳଚ୍ଚିତ୍ରର ସ୍କ୍ରିନିଂ

14/08/2018 at 8:00 AM

ଭୁବନେଶ୍ୱର ୧୪/୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟଜୀବନକୁ ନେଇ ପ୍ରସ୍ତୁତ ହେ।ଇଥିବା କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ‘ଚଲେ। ଜିତେ ହେଁ’ର ସ୍କ୍ରିନିଂ ହୋଇଛି । ଆଜି ସୋଆ ଅଡିଟୋରିୟମରେ ଏହି ଫିଲ୍ମର ସ୍କ୍ରିନିଂ କରାଯାଇଛି । ‘ଚଲେ। ଜିତେ ହେଁ’ର ପୁରା ଟିମ୍ ମଧ୍ୟ ଉପସ୍ଥିତ ଥିଲେ । ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଛନ୍ତି ମଙ୍ଗେଶ ହଡଓ୍ବାଲେ । ଏହି ଫିଲ୍ମ୍ ନିର୍ମାଣ ପୂର୍ବରୁ ଗବେଷଣା ଲାଗି ପୁରା ଟିମ୍ କୁ ୬ ମାସ ଲାଗିଥିଲା । ୧୫ ଦିନ ଭିତରେ ଫିଲ୍ମଟିର ସୁଟିଂ ଶେଷ ହୋଇଛି । ଫିଲ୍ମଟି ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ଆଧାରିତ ଏବଂ ଏହାକୁ ପ୍ରଧାନମନ୍ତ୍ରୀଙ୍କୁ ଉପହାର ଦେବା ଲାଗି ସ୍ଥିର କରିଛନ୍ତି ନିର୍ମାତା । ଏହି ଚଳଚିତ୍ରରେ ନରେନ୍ଦ୍ର ମୋଦୀଙ୍କ ଭୂମିକାରେ ଅଭିନୟ କରିଛନ୍ତି ଶିଶୁ କଳାକାର ଧେୟ୍ୟଯ ଦରଜୀ । ଆଉ କାହାଣୀକୁ ବାସ୍ତବ ଚିତ୍ର ଦେବାକୁ ପ୍ରାୟ ସବୁ କିଛି ସୁଟିଂ ମାଦିଙ୍କ ଗାଁରେ ହୋଇଛି । ମୋଦିଙ୍କ ଗାଁ ଗୁଜୁରାଟର ଭଦନଗର, ସେ ପଢୁଥିବା ସ୍କୁଲ ଏବଂ ତାଙ୍କ ପିଲାଦିନର ଚପଳାମି ଦେଖିଥିବା ଗାଁ ଓ ତାର ପରିବେଶ ଏବଂ ନଦୀ କୂଳରେ ସୁଟିଂ ହୋଇଛି । ଏହା ସହ ଚା ବିକାଳିରୁ ପ୍ରଧାନମନ୍ତ୍ରୀଙ୍କ ପିଲା ଦିନର ସେହି ସ୍ମରଣୀୟ କଥା ବି ରହିଛି । ନରେନ୍ଦ୍ର ମୋଦିଙ୍କ ଜୀବନ ଉପରେ ସ୍ବାମୀ ବିବେକାନନ୍ଦଙ୍କ ଜୀବନୀର ପ୍ରଭାବ, ଶିକ୍ଷା , ଚରିତ୍ର ଗଠନ ସହ ନିଜ ପାଇଁ ନୁହେଁ ଅନ୍ୟ ପାଇଁ ବଞ୍ଚିବାର ଶିକ୍ଷା ଆଦି ନେଇ ରହିଛି ତଥ୍ୟ ଓ ଦୃଶ୍ୟ ।

   Related Posts