ଏଣିକି ବେଆଇନ ପାର୍କିଂ କଲେ କଟିବ ଚାଲାଣ

Published By : Prameya-News7 Bureau | October 21, 2019 IST

ଜୟପୁର ୨୧।୧୦  ନୂଆ ମୋଟର ଯାନ ଆଇନ ପରେ ସାରା ରାଜ୍ୟରେ ଚାଲିଛି ଧରପଗଡ । ଏ କ୍ଷେତ୍ରରେ ଆଉ ପାଦେ ଆଗରେ ଜୟପୁର ଜିଲ୍ଲା ପ୍ରଶାସନ । ଏଣିକି ବେଆଇନ ପାର୍କିଂ କଲେ ବି କଟିବ ଚାଲାଣ । ଜାତୀୟ ରାଜପଥ କଡରେ ବେଆଇନ ପାର୍କିଂ ଯେ।ଗୁଁ ଦୁର୍ଘଟଣା ବଢୁଥିବାରୁ ଏଭଳି ପଦକ୍ଷେପ ନେଇଛନ୍ତି ପ୍ରଶାସନ । କେବଳ ଏତିକି ନୁହଁ ଖୁବ୍ ଶୀଘ୍ର ଜାତୀୟ ରାଜପଥ କଡରୁ ହଟିବ ଜବରଦଖଲ ।

ବେଆଇନ ଗାଡି ପାର୍କିଂ କରୁଛନ୍ତି କି । ଜୟପୁରବାସୀ ସାବଧାନ । ଏଣିକି ବେଆଇନ ପାର୍କିଂ କଲେ କଟିବ ଚାଲାଣ । ୨୬ ନମ୍ବର ଜାତୀୟ ରାଜପଥରେ ବଢୁଥିବା ଦୁର୍ଘଟଣାକୁ ନଜରରେ ରଖି ଏଭଳି ନୂଆ ନିୟମ ଜାରି କରିଛନ୍ତି  ଜୟପୁର ଉପଖଣ୍ଡ ପ୍ରଶାସନ । ଜାତୀୟ ରାଜପଥ ଛତିଶଗଡର ଜଗଦଲପୁରରୁ ଆନ୍ଧ୍ର ପ୍ରଦେଶର ବିଜୟନଗରମ୍ ପର୍ଯ୍ୟନ୍ତ ସଂଯୋଗ କରୁଛି । କିନ୍ତୁ ବ୍ୟକ୍ତିଗତ ସମ୍ପତି ଭଳି ଏନଏଚକୁ ବ୍ୟବହାର କରୁଛନ୍ତି ଗାଡି ଚାଳକ । ଛୋଟ ଗାଡି ଠାରୁ ୧୬ଚକିଆ । ଯିଏ ଯେଉଁଠି ପାରିଲା ସେଠି ପାର୍କିଂ କରୁଛି । ରାସ୍ତାର ଉଭୟ ପଟେ ବଡ ବଡ ବ୍ୟବସାୟିକ ପ୍ରତିଷ୍ଠାନ ଥିବାରୁ ରାସ୍ତା ଉପରେ ଗାଡି ରଖି ଲୋଡିଂ ଓ ଅନଲୋଡିଂ ବି ଚାଲିଛି । ଫଳରେ ରାସ୍ତା ସଂକୁଚିତ ହେବା ସହ ଦିନକୁ ଦିନ ଦୁର୍ଘଟଣା ବଢିବାରେ ଲାଗିଛି । କେବଳ ଏତିକି ନୁହଁ ରାସ୍ତାର ଉଭୟ କଡରେ ବେଆଇନ ଜବର ଦଖଲ ବି ବଢିବାରେ ଲାଗିଛି।ତେଣୁ ଏ ସବୁକୁ ଉଛେଦ କରିବା କହ ବେଆଇନ ପାର୍କିଂ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ନେବାକୁ ନିଷ୍ପତ୍ତି ନେଇଛି ଜୟପୁର ଉପଖଣ୍ଡ ପ୍ରଶାସନ।

ବେଆଇନ ପାର୍କିଂ କରୁଥିବା ଗାଡି ମାଲିକଙ୍କଠାରୁ ୨ ହଜାର ଟଂକା ଓ ଅଭ୍ୟାସଗତ ଖିଲାପକାରୀ ଗାଡି ମାଲିକଙ୍କଠାରୁ ୫ ହଜାର ଟଙ୍କା ଚାଲାଣ କାଟିବାକୁ ନିଷ୍ପତ୍ତି ହେ।ଇଛି । ତେବେ ଉପଖଣ୍ଡ ପ୍ରଶାସନର ନିଷ୍ପତ୍ତି ଯେପରି ଠିକରେ କାର୍ଯ୍ୟକାରୀ ହୋଇ ପାରିବ ସେଥିପାଇଁ ଜୟପୁର ଉପଜିଲ୍ଲାପାଳ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ନେଇ ଏକ ବୈଠକ କରିଛନ୍ତି । ଏଥିରେ ଜୟପୁର ଟାଉନ ଥାନା ଅଧିକାରୀ,ଜାତୀୟ ରାଜପଥ କତ୍ତୃପକ୍ଷ,ପରିବହନ ବିଭାଗ ସମେତ ଟ୍ରକ ଓ ବସ ମାଲିକ ସଂଘର ପ୍ରତିନିଧି ସାମିଲ ହୋଇଥିଲେ।ସମସ୍ତେ ଉପଖଣ୍ଡ ପ୍ରଶାସନର ଏପରି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି । ତେବେ ନିୟମ କାର୍ଯ୍ୟକାରୀ ପୂର୍ବରୁ ଜାତୀୟ ରାଜପଥ କଡରେ ପାର୍କିଂ ସ୍ଥାନ ଚିହ୍ନଟ କରିବାକୁ ଦାବି କରିବା ସହ ସଚେତନତା କାର୍ଯ୍ୟକ୍ରମ କରିବାକୁ ଦାବି କରିଛି ବସ ଓ ଟ୍ରକ ମାଲିକ ସଂଘ ।

ଦୁର୍ଘଟଣା ରେ।କିବାକୁ ପ୍ରଶାସନର ନିଷ୍ପତି ସ୍ବାଗତେଯ।ଗ୍ୟ । କିନ୍ତୁ ଏହା କେବଳ ନିୟମରେ ସୀମିତ ନରହି କାର୍ଯ୍ୟକାରୀ ହେବା ଆବଶ୍ୟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.