ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ସ୍ବାମୀ-ସ୍ତ୍ରୀଙ୍କ ଜୀବନ

Published By : Prameya-News7 Bureau | October 08, 2020 IST

ବ୍ରହ୍ମପୁର୮/୧୦: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ସ୍ବାମ-ସ୍ତ୍ରୀଙ୍କ ମୃତ୍ୟୁ। ହଳଦିଆପଦର ଛକ ଜାତୀୟ ରାଜପଥ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୁଖ୍ୟ ରାସ୍ତାରେ ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ ପଡି ରହିଛି।ବାଇକରେ ଯିବା ସମୟରେ ସ୍ବାମୀ-ସ୍ତ୍ରୀଙ୍କୁ ଅଜଣା ଗାଡି ଚାପି ଦେଇଥିବା ସୂଚନା ମିଳିଛି। କନିଷି ଠାରୁ ବ୍ରହ୍ମପୁର ଅଭିମୁଖେ ମୋଟରସାଇକେଲରେ ଯାଉଥିବା ବେଳେ ଏହି ମର୍ମନ୍ତୁଦ ସଡ଼କ ଘଟଣା ଘଟିଛି। ଘଟଣାସ୍ଥଳରେ ପୁଲିସ୍ ପହିଁଞ୍ଚି ସ୍ବାମୀ-ସ୍ତ୍ରୀଙ୍କ ଶବକୁ ଜବତ କରିବା ସହ ପୋଷ୍ଟମୋର୍ଟମ ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.