Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ପରିବାର ଲୋକଙ୍କ ଅଭିଯୋଗ: ଭୁଲ୍‌ ଟୀକା ଦେବା ଯୋଗୁଁ ଚାଲିଗଲା ଦେଢ଼ ମାସର ଶିଶୁର ଜୀବନ

22/09/2020 at 5:12 PM

ସାଲେପୁର୨୨/୯:  ତ୍ରୁଟିପୂର୍ଣ୍ଣ ଟୀକା ଦେବା ଯୋଗୁଁ ଦେଢ ମାସ ଶିଶୁ ପୁତ୍ରର ମୃତ୍ୟୁ ଅଭିଯୋଗ। କିଶନ ନଗର ଥାନା ଅନ୍ତର୍ଗତ ନେଉଟିଆକଣ ଗାଁର ପ୍ରକାଶ ସ୍ୱାଇଁଙ୍କ ଶିଶୁ ପୁତ୍ରର ମୃତ୍ୟୁ ହୋଇଛି। କିଶନ ନଗର କଲରାବାଙ୍କ ଫାଣ୍ଡି ଅନ୍ତର୍ଗତ ତିଆଡିସହି ମାଣିତୋଟା ସ୍ଥିତ ଅଙ୍ଗନବାଡି କେନ୍ଦ୍ରର ମହିଳା ସ୍ୱାସ୍ଥ୍ୟକର୍ମୀ ମମତା ଦିଦିଙ୍କ ତ୍ରୁଟିପୂର୍ଣ୍ଣ ଟୀକା ପ୍ରଦାନ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ବିନା ସ୍ୱାସ୍ଥ୍ୟ ପରୀକ୍ଷାରେ ଶିଶୁଟିକୁ ଗତ ୧୫ ତାରିଖରେ ରୋଗ ପ୍ରତିଷେଧକ ଟୀକା ଦିଆଯାଇଥିଲା। ହେଲେ ୧୬ ତାରିଖରେ ଶିଶୁଟିକୁ ପ୍ରବଳ ଜ୍ବର ହୋଇଥିଲା। ଭୀଷଣ ଜ୍ବର ହେବା ଯୋଗୁଁ ଶିଶୁ ପୁତ୍ରଟି ଆଖି ବୁଜି ଦେଇଥିଲା। ପରିବାର ଲୋକେ ସମ୍ପୃକ୍ତ ସ୍ୱାସ୍ଥ୍ୟ କର୍ମୀଙ୍କ ବିରୋଧରେ କଲରାବାଙ୍କ ଫାଣ୍ଡିରେ ୨୧।୦୯।୨୦ ରେ ଲିଖିତ ଅଭିଯୋଗ କରିଛନ୍ତି।

ପୋଲିସ ଏହି ଲିଖିତ ଅଭିଯୋଗକୁ ଆଧାର କରି ତଦନ୍ତ ଆରମ୍ଭ କରିଛି। ଏହାସହ ନଗର ପୋଲିସ ଓ  କିଶନନଗର ଆଡିସ୍‌ନାଲ ତହସିଲଦାର ଶିଶୁ ପୁତ୍ରଟି ପୋତା ଯାଇଥିବା ସ୍ଥାନରେ ପହଁଞ୍ଚିଥିଲେ। ସେଠାରେ ପୋତା ଯାଇଥିବା ଶିଶୁଟିର ମୃତ ଶରୀରକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।  ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି। ଏପଟେ ସମ୍ପୃକ୍ତ ସ୍ୱାସ୍ଥ୍ୟ କର୍ମୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

   Related Posts