Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ପାଇଁ ଗ୍ଲୋବାଲ୍‌ ଟେଣ୍ଡର: ୧୯ ସଦସ୍ୟଙ୍କୁ ନେଇ ଗଠନ ହେଲା କମିଟି
  • ||
  • ଭୁବନେଶ୍ବରରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ୯୬୨ ଆକ୍ରାନ୍ତ ଚିହ୍ନଟ
  • ||
  • ନୂଆଦିଲ୍ଲୀ : କରୋନାର ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ଉପଯୋଗୀ ଆୟୁଷ-୬୪, ଏହି କେନ୍ଦ୍ରରେ ମିଳୁଛି ମାଗଣାରେ
  • ||
  • ଶାମଲୀ : ଲଜ୍ଜାଜନକ ଦୃଶ୍ୟ, ଅଳିଆ ବୁହା ଗାଡିରେ ଶ୍ମଶାନଘାଟ ଗଲା ମହିଳାଙ୍କ ମୃତଦେହ
  • ||
  • ଟିକା ପାଇଁ ହେବ ଗ୍ଲୋବାଲ୍‌ ଟେଣ୍ଡର, ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ରାହୁଲ ଭୋରାଙ୍କ ମୃତ୍ୟୁ ପରେ ପତ୍ନୀ ସେୟାର କଲେ ଯନ୍ତ୍ରଣାଦାୟକ ଭିଡିଓ… କେମିତି ଅକ୍ସିଜେନ୍ ଟିକିଏ ପାଇଁ ହେଉଥିଲେ ଛଟପଟ
  • ||
  • ମଥୁରା : କରୋନାରେ ହେମାମାଳିନୀଙ୍କ ବ୍ୟକ୍ତିଗତ ସଚିବଙ୍କ ମୃତ୍ୟୁ, ଟ୍ବିଟ୍ କରି ଅଭିନେତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି
  • ||
  • ଭୁବନ : ଦୀର୍ଘ ୭ଘଣ୍ଟା ବନ୍ଦ ଘରେ ପଡିରହିଲା ମୃତଦେହ, କରୋନା ସଂକ୍ରମଣ ଆଶଙ୍କାରେ ପାଖ ମାଡିଲେନି ପରିବାର
  • ||
  • ବଲାଙ୍ଗୀର : ରୋଗୀଙ୍କୁ ଲାଞ୍ଚ ମାଗିବା ପଡିଲା ମହଙ୍ଗା, SDMOଙ୍କୁ ସୋ-କଜ୍ ନୋଟିସ୍ ପରେ ପଠାଗଲା ଡେପୁଟେସନରେ, ସ୍ବାସ୍ଥ୍ୟକର୍ମୀ ସସ୍‌ପେଣ୍ଡ
  • ||
  • ହାଇଦ୍ରାବାଦ : ଅକ୍ସିଜେନ୍ ଟ୍ୟାଙ୍କର ଡ୍ରାଇଭର ଭୁଲିଗଲା ହସ୍ପିଟାଲ ରାସ୍ତା, ଅକ୍ସିଜେନ୍ ଅଭାବରୁ ଚାଲିଗଲା ୭ କରୋନା ରୋଗୀଙ୍କ ଜୀବନ
  • ||

ଚାଲିଗଲା ପ୍ରମୋଦଙ୍କ ଜୀବନ: ସେ ଥିଲେ ସମାଜସେବୀ ତଥା ପୁଲିସ ବିଭାଗର ଡେପୁଟି କମାଣ୍ଡାଣ୍ଟ୍‌

12/11/2020 at 7:23 PM

କଟକ ୧୨/୧୧: ମହାନଦୀ ବିହାରର ଜଣାଶୁଣା ସମାଜସେବୀ ତଥା ପୁଲିସ ବିଭାଗରେ ଡେପୁଟି କମାଣ୍ଡାଣ୍ଟ୍‌ ଭାବେ ଯାଜପୁର ଜିଲ୍ଲା କଳିଙ୍ଗ ନଗର ଠାରେ ଅବସ୍ଥାପିତ ଥିବା ପ୍ରମୋଦ କୁମାର ସାହାଣୀ (୫୧)ଙ୍କ ହୃଦଘାତରେ ପରଲୋକ ହୋଇଛି । ଜଗତସିଂହପୁର ଇଲେକ୍‌ସନ୍‌ ଡ୍ୟୁଟିରେ ନିୟୋଜିତ ଥିବା ସ୍ୱର୍ଗତ ସାହାଣୀ ଗତକାଲି ରାତି ଗୋଟାଏ ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ଚିକିତ୍ସା ଲାଗି କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ କିଛି ସମୟ ମଧ୍ୟରେ ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଗଲା । ତାଙ୍କ ପରଲୋକରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ସ୍ୱର୍ଗତ ସାହାଣୀଙ୍କ ଘର କଟକ ଜିଲ୍ଲା ଉତ୍ତରକୂଳ ଅଞ୍ଚଳରେ । ତାଙ୍କ ବାପା ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ସାହାଣୀ କଟକର ଅତିରିକ୍ତ ଏସ୍‌ପି ଥିଲେ । ପୁଲିସ ବିଭାଗରେ ସ୍ୱର୍ଗତ ସାହାଣୀ ଜଣେ ଲୋକପ୍ରିୟ ଓ ଦକ୍ଷ ଅଧିକାରୀ ଭାବେ ପରିଚିତ ଥିଲେ। ସାଧାରଣ ଜୀବନରେ ମଧ୍ୟ ଜଣେ ପରୋପକାରୀ ଓ ନିର୍ମାୟା ମଣିଷ ଥିଲେ । ଶେଷଶଯ୍ୟା ନିକଟରେ ପତ୍ନୀ, ଯୁକ୍ତ ତିନି ପଢୁଥିବା ଝିଅ ପ୍ରଜ୍ଞା ସାହାଣୀ, ସାନପୁଅ ପ୍ରକାଶ କୁମାର ସାହାଣୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ତାଙ୍କ ମରଶରୀରକୁ ବୁଧବାର ଖାନନଗରସ୍ଥିତ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସଂପନ୍ନ କରାଯାଇଛି । ପୁଅ ପ୍ରକାଶ ମୁଖାଗ୍ନି ଦେଇଥିଲେ । ଏଥିରେ କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳ, ବିଧାୟକଙ୍କ ପ୍ରତିନିଧି ସୁବ୍ରତ ଘଡେଇ, ସମାଜସେବୀ ତଥା କଟକ ଚୌଦ୍ୱାରର ବିଜେପି ନେତା ସଞ୍ଜୟ ଜେନା, ସ୍ୱର୍ଗତ ସାହାଣୀଙ୍କ ବନ୍ଧୁ ଟିପା ଆଚାର୍ଯ୍ୟ, ଅରୁଣ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କର ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।

   Related Posts