ନିଆଁ ଜାଳି ସେକି ହେବା ବେଳେ ଜଳି ଗଲେ ବୃଦ୍ଧା, ଚାଲିଗଲା ଜୀବନ
21/12/2020 at 1:22 PM

ପାଟଣା୨୧/୧୨: ନିଆଁରେ ପୋଡି ହୋଇ ବୃଦ୍ଧାଙ୍କ ମୃତ୍ୟୁ। କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଚିଲିଦା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଶୀତରୁ ରକ୍ଷା ପାଇବା ଲାଗି ନିଆଁ ଜାଳି ସେକି ହେବା ସମୟରେ ତାଙ୍କ ଶାଢ଼ୀରେ ନିଆଁ ଲାଗି ଯାଇଥିଲା। କିଛି ସମୟ ମଧ୍ୟରେ ଶରୀରରେ ନିଆଁ ମାଡି ଯାଇଥିଲା।
ଗୁରୁତର ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦୁଝର ମେଡିକାଲରେ ଭର୍ତ୍ତୀ କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତୁରୁମୁଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି।
Related Posts
ନନ୍ଦନକାନନ: ଜଗୁଳିଆଙ୍କ ମାଡରେ ରେଞ୍ଜରଙ୍କ ପୁଅ ଆହତ
26 January 2021
ଦିଗପହଣ୍ଡି: ତ୍ରିରଙ୍ଗା ପତାକାକୁ ଅସମ୍ମାନ
26 January 2021