Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ଆଖି ବୁଜିଲେ ୨ କୁନି ଝିଅ, ଲୁହରେ ଭାସିଲା ଗାଁ ଦାଣ୍ଡ: ବଜାରଘାଟ ସବୁଆଡ଼େ ଚର୍ଚ୍ଚା, କେମିତି ଖସି ପଡିଲେ ନାଳରେ

14/01/2021 at 9:32 PM

ବଲାଙ୍ଗୀର୧୪/୧: ଲୁହରେ ଭାସିଲା ଗାଁ ଦାଣ୍ଡ। ସମସ୍ତଙ୍କ ଆଖରୁ ଝରୁଛି ଲୁହ। ବଲାଙ୍ଗୀର ଟିଟିଲାଗଡ଼ରେ ଏହି ଦୁଃଖଦ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ରହସ୍ୟଜନକ ଭାବେ ୨ ଶିଶୁକନ୍ୟାଙ୍କ ଜୀବନ ଚାଲିଗଲା। ମ୍ୟୁନିସିପାଲଟି ଅନ୍ତର୍ଗତ ୧୫ ନମ୍ବର ଓ୍ବାର୍ଡର ସନ୍ତିନିବାସ ଗଳିର ୨ ଛୋଟ ଝିଅଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଏହାକୁ ନେଇ ବଜାରଘାଟରେ ଚର୍ଚ୍ଚା ଲାଗି ରହିଛି।

ମୃତ ଶିଶୁ ହେଲେ ହାଟପଦାପଡାର ଆଇନ୍‌ଜୀବି ସରୋଜ ପାଢ଼ୀଙ୍କ ୮ ବର୍ଷର ଝିଅ ଶ୍ରଦ୍ଧା ପାଢ଼ୀ ଏବଂ ଅନ୍ୟ ଜଣେ ହେଲେ ଏହି ଗ୍ରାମର ସରୋଜ ରଥଙ୍କ ୮ ବର୍ଷର ଝିଅ ରାକ୍ଷୀ ରଥ। ରହସ୍ୟଜନକ ଭାବେ ନାଳରେ ୨ ଶିଶୁପଡି ଯାଇଥିଲେ। ସେଠାରେ ସେମାନଙ୍କ ଜୀବନ ଚାଲି ଯାଇଥିଲା।

ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ କିଛି ଲୋକେ ଧାଇଁ ଆସିଥିଲେ। ୨ଜଣଙ୍କ ମୃତଦେହ ଭାସୁଥିବା ଦେଖିଥିଲେ। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ। ଏହି ୨ ଶିଶୁଙ୍କ ମୃତ୍ୟୁ ନେଇ ସନ୍ଦେହ ଉପୁଜିଛି। ସନ୍ଧ୍ୟା ବେଳେ ଏମାନେ କାହିଁକି ମଇଳା ନାଳରେ ଗାଧୋଇବେ? ପୂର୍ବରୁ ସେଠାରେ ସେମାନେ କେବେ ଗାଧୋଇ ନାହାନ୍ତି। ତେବେ ଆଜି କାହିଁକି ଗାଧୋଇଲେ? ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଛି। ୨ ଶିଶୁଙ୍କ ବ୍ୟବଚ୍ଛେଦ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

   Related Posts