ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ୨ ଜଣଙ୍କ ଜୀବନ
29/12/2020 at 10:48 PM

କଳାହାଣ୍ଡି୨୯/୧୨: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଚାଲିଗଲା ୨ ଜଣଙ୍କ ଜୀବନ। ଆମପାଣି ଥାନା ବିଜୁ ହାଇଓ୍ବେ ଭୃଷାଗୁଡା ସ୍କୁଲ ନିକଟରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ହିଁ ୨ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିଲା। ମିଳିଥିବା ସୂଚନା ମୁତାବକ, ଟ୍ରକ-ବାଇକ ମୁହାଁମହିଁ ହୋଇଥିଲା। ଘଟଣାସ୍ଥଳରେ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି। ଦୁର୍ଘଟଣାଗ୍ରସ୍ତ ବାଇକଠାରୁ ୫ ଶହ ମିଟର ଦୂରରେ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ୨ଜଣଙ୍କ ମୃତଦେହ ଜବତ କରିଛି। ମୃତକ ହେଲେ ନେଗିଗୁଡା ଅଞ୍ଚଳର ନେଗିଗୁଡା ଏବଂ ଅନ୍ୟ ଜଣଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ପାରି ନାହିଁ। ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଯାଇଛି।