ଟାର୍ଗେଟ୍ କରୋନା : ସାରା ବିଶ୍ୱ ତତ୍ପର, ୪ଟି ଔଷଧ ଉପରେ ମହାପରୀକ୍ଷା ଆରମ୍ଭ

Published By : Prameya-News7 Bureau | March 25, 2020 IST

ନୂଆଦିଲ୍ଲୀ ୨୫।୩: କରୋନା ଭାଇରସ୍ କୁ ରୋକିବା ପାଇଁ ସାଧାରଣ ଜନତାଙ୍କ ଠାରୁ ନେତା,ଚିକିତ୍ସକ, ବିଶେଷଜ୍ଞ ଓ ବୈଜ୍ଞାନିକ ତତ୍ପର । ଗବେଷଣାରେ ଦିନ ରାତିକୁ ଏକାକାର କରିଦେଇଛନ୍ତି ଗବେଷକ । ସମସ୍ତଙ୍କ ଗୋଟିଏ ଟାର୍ଗେଟ କିପରି କରୋନା ମହାମାରୀକୁ ଦିଆଯିବ ବ୍ରେକ୍‌ । ଏହି ଉଦ୍ୟମର ନେତୃତ୍ବ ନେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ।

ବିଶ୍ୱର ସମସ୍ତ ରାଷ୍ଟ୍ର ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହି କ୍ରମରେ ନିର୍ଦ୍ଦେଶ ଦେବା ସହ କରୋନା ଔଷଧ ପାଇଁ ମେଗା ପରୀକ୍ଷଣ ପାଇଁଆହ୍ବାନ କରିଛି । ଏହାମଧ୍ୟରେ ଏହି ମହାପରୀକ୍ଷଣ ଆରମ୍ଭ ମଧ୍ୟ ହୋଇସାରିଛି । ଏଥିପାଇଁ WHO ପକ୍ଷରୁ ସବୁଠୁ କରୋନା ପ୍ରତିରୋଧରେ ଉପଯୋଗୀ ସମ୍ଭାବନା ଥିବା ୪ଟି ଔଷଧର ପରୀକ୍ଷଣ କରିବା ପାଇଁ କୁହାଯାଇଛି । କାରଣ ଏହି ଔଷଧ ଗୁଡିକ ଯୋଗୁଁ ଏପର୍ଯ୍ୟନ୍ତ କିଛି ଲୋକେ କରୋନା ଭାଇରସ୍ ସଂକ୍ରମଣରୁ ଠିକ୍ ହେଉଥିବା ମଧ୍ୟ ଦେଖାଯାଇଛି ।

{"id":243823,"sizeSlug":"large"}

WHO ଅନୁସାରେ ଏହି ୪ଟି ଔଷଧରୁ କୌଣସି ଗୋଟିଏ କିମ୍ବା କାହାର ମିଶ୍ରଣ ଲୋକମାନଙ୍କ ପାଇଁ ଉତ୍ତମ ସାବ୍ୟସ୍ତ ହୋଇପାରେ । ଏହି ୪ଟି ଔଷଧର ମିଶ୍ରଣରୁ ପ୍ରସ୍ତୁତ ଔଷଧ ହିଁ କରୋନା ଭାଇରସ୍ କୁ ହରାଇପାରିବ ।

ଏହି ୪ଟି ଔଷଧ ସହ ସାରା ବିଶ୍ବର ବୈଜ୍ଞାନିକ ଅନ୍ୟ ୨ଟି ଔଷଧ ଉପରେ ମଧ୍ୟ ଧ୍ୟାନ ଦେଉଛନ୍ତି । ଏହି ଦୁଇଟି ଔଷଧ ସାର୍ସ ଏବଂ ମର୍ସ ସଂକ୍ରମଣ ସମୟରେ ପ୍ରସ୍ତୁତ କରାଯାଇଥିଲା । ମାତ୍ର ଏହି ୨ଟି ଔଷଧକୁ ବିଶ୍ବସ୍ତରରେ ଅନୁମତି ମିଳିନଥିଲା ।

{"id":243824,"sizeSlug":"large"}

WHO ଦ୍ବାରା କୁହାଯାଇଥିବା ଏହି ୪ଟି ଔଧଷ ଦ୍ବାରା ଯେଉଁମାନଙ୍କ ସ୍ଥିତି ଗମ୍ଭୀର ଥିବ ସେମାନେ ଶୀଘ୍ର ଠିକ୍ ହେବେ । ଯେଉଁ ସ୍ବାସ୍ଥ୍ୟକର୍ମୀ ଲଗାତର କରୋନା ରୋଗୀଙ୍କ ଚିକିତ୍ସାରେ ଲାଗିଛନ୍ତି ସେମାନେ ସୁରକ୍ଷିତ ରହିବେ । ଏହାସହ ଯେଉଁମାନେ ପ୍ରଥମ ଏବଂ ମଧ୍ୟମ ସ୍ତରରେ ରୋଗଗ୍ରସ୍ତ ହୋଇଛନ୍ତି ସେମାନେ ସଂପୂର୍ଣ୍ଣ ଭାବେ ଠିକ୍ ହୋଇଯିବେ ।

ଏହି ୪ଟି ଔଷଧ ମଧ୍ୟରୁ ପ୍ରଥମଟି ହେଉଛି ରେମଡେସିଭର । ଏହାକୁ ଜିଲିଡ ସାଇନ୍ସେଜ୍ ଇବୋଲା ଚିକିତ୍ସା ପାଇଁ ପ୍ରସ୍ତୁତ କରିଥିଲା । ଏହା କୌଣସି ବି ଭାଇରସ୍ ର RNA କୁ ନଷ୍ଟ କରିଦେଇଥାଏ । ଯାହାଫଳରେ ଭାଇରସ୍ ମନୁଷ୍ୟର ଶରୀରେ ପସି ନୂଆ ଭାଇରସ୍ ଉତ୍ପନ କରିପାରେନାହିଁ ।

ରିପୋର୍ଟ ଅନୁସାରେ ଆମେରିକାରେ ପ୍ରଥମ କୋଭିଡ-୧୯ କରୋନା ଭାଇରସ୍ ରୋଗୀକୁ ପ୍ରଥମେ ରେମଡେସିଭର ଦିଆଯାଇଥିଲା । ରୋଗୀ ଜଣଙ୍କର ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ଥିଲା । ପରଦିନ ସେହି ରୋଗୀ ଜଣଙ୍କର ସ୍ବାସ୍ଥ୍ୟାବସ୍ଥା ଠିକ୍ ହୋଇଯାଇଥିଲା ।

ଦ୍ବିତୀୟ ଔଷଧଟି ହେଲା କ୍ଲୋରୋକ୍ବିନ୍ ଏବଂ ହାଇଡ୍ରୋକସ୍କିକ୍ଲୋରୋକ୍ବିନ୍ । ଏହି ଔଷଧ ପାଇଁ ଆମେରିକା ରାଷ୍ଟ୍ରପତି ମଧ୍ୟ ମତ ରଖିଥିଲେ । ସେ କହିଥିଲେ ଯେ, ଏହି ଔଷଧ ଗେମ୍ ଚେଞ୍ଜର ହୋଇପାରେ । WHO ବୈଜ୍ଞାନିକ ସମିତି ପ୍ରଥମେ ଏହି ଔଷଧକୁ ଖାରଜ କରିଦେଇଥିଲେ । ମାତ୍ର ମାର୍ଚ୍ଚ ୧୩ ତାରିଖରେ ଜେନେଭାରେ WHO ବୈଜ୍ଞାନିକ ସମିତି ବୈଠକରେ ଏହାକୁ ମହା ପରୀକ୍ଷଣରେ ପଠାଇବାକୁ କୁହାଯାଇଛି । କାରଣ ଏହି ଔଷଧକୁ ନେଇ ବିଶ୍ବସ୍ତରରେ ଦାବି ଉଠିଛି ।

wp:core-embed/twitter {"url":"https://twitter.com/NewsfromScience/status/1242096273785790465","type":"rich","providerNameSlug":"twitter","className":""}
https://twitter.com/NewsfromScience/status/1242096273785790465
/wp:core-embed/twitter

ଏହି ଔଷଧ ଦ୍ବାରା ମନୁଷ୍ୟ ଶରୀରର ସେହି କୋଷିକାର ଭିତର ଭାଗ ନଷ୍ଟ ହୋଇଯାଇଥାଏ ଯାହା ଉପରେ ଭାଇରସ୍ ଆଟାକ୍ କରିଥାଏ । ଏହାଦ୍ବାରା କରୋନା ଭାଇରସ୍ ର ବାହାର ଭାଗରେ ଥିବା ପ୍ରୋଟିନ୍ କଣ୍ଟା ଅଦରକାରୀ ହୋଇଯାଇଥାଏ । ଫଳରେ ଭାଇରସ୍ ଦୁର୍ବଳ ହୋଇଯାଇଥାଏ ।

ତୃତୀୟ ଔଷଧ ରିଟୋନାଭିର/ଲୋପିନାଭିର । ଏହାକୁ କାଲେଟ୍ରା ନାମରେ ମଧ୍ୟ ଜଣାଯାଇଥାଏ । ୨୦୦୦ ମସିହାରେ ଏହାର ଉପଯୋଗ ଆମେରିକାରେ ସବୁଠୁ ଅଧିକ HIVକୁ ରୋକିବା ପାଇଁ ବ୍ୟବହାର କରାଯାଇଥିଲା । ଏହା ଶରୀରରେ ଖୁବ୍ ଶୀଘ୍ର ମିଶିଯାଇଥାଏ । ଅଳ୍ପ ସଂକ୍ରମଣ ପାଇଁ ଏହାକୁ ବ୍ୟବହାର କରାଯାଇଥାଏ । ଏହି ଔଷଧ ଶରୀରରେ ଭାଇରସ୍ ଆଟାକ୍ କରୁଥିବା ସ୍ଥାନକୁ ଯାଇ ଭାଇରସ୍ ଏବଂ ମନୁଷ୍ୟର କୋଷିକାର ସମ୍ବନ୍ଧକୁ ନଷ୍ଟ କରିଦେଇଥାଏ ।

ରିପୋର୍ଟ ଅନୁସାରେ ପ୍ରଥମ ଥର ପାଇଁ କରୋନା ଭାଇରସ୍ ଉପରେ ଏହାର ପ୍ରୟୋଗ ଉହାନରେ କରାଯାଇଥିଲା । ୧୯୯ ରୋଗୀଙ୍କୁ ପ୍ରତି ଦିନ ଦୁଇ ଥର ଦୁଇ ଦୁଇଟି ଗୁଲି ଦିଆଯାଇଥିଲା । ସେଥିରୁ କେତେକ ରୋଗୀଙ୍କର ମୃତ୍ୟୁ ହୋଇଯାଇଥିଲା । ମାତ୍ର ଔଷଧର ପ୍ରଭାବ କିଛି ରୋଗୀଙ୍କ ଉପରେ ଦେଖାଯାଇଥିଲା ।

ଚତୁର୍ଥ ଔଷଧ ରିଟୋନାଭିର/ଲୋପିନାଭିର ଏବଂ ଇଣ୍ଟରଫେରାନ-ବିଟାର ମିଶ୍ରଣ । ଏହି ଔଷଧକୁ ସାଉଦି ଆରବରେ MERS ମହାମାରୀରେ ସଂକ୍ରମିକ ରୋଗୀଙ୍କ ଉପରେ କରାଯାଇଥିଲା । ଏହାଦ୍ବାରା ଶରୀରରେ ଟିସ୍ୟୁକୁ କ୍ଷତି ପହଞ୍ଚିଥାଏ ମାତ୍ର ଭାଇରସ୍ ର ପ୍ରଭାବ କମ୍ ହେବାକୁ ଲାଗିଥାଏ ।

WHOର କହିବା ଅନୁସାରେ ଆମେରିକା, ୟୁରୋପ ର ଫ୍ରାନ୍ସ, ସ୍ପେନ୍, ଆର୍ଜେଣ୍ଟିନା, ଇରାନ୍, ଦକ୍ଷିଣ ଆଫ୍ରିକା, ଚୀନ୍, ଦକ୍ଷିଣ କୋରିଆ ଆଦି ଦେଶ ମହା ପରୀକ୍ଷଣରେ ଲାଗିପଡିଛନ୍ତି । ଆଶା କରାଯାଉଛି ଯେ, ଏହି ଔଷଧ ମଧ୍ୟରୁ କୌଣସି ଔଷଧ କରୋନାର ଭାଇରସ୍ ର ଚିକିତ୍ସା ପାଇଁ ବ୍ୟବହୃତ ହୋଇପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.