ପିକଅପ୍ ଭ୍ୟାନ୍-ବାଇକ୍ ମୁହାଁମୁହିଁ ଧକ୍କା: ଚାଲିଗଲା ୨ ଜଣଙ୍କ ଜୀବନ
3/01/2021 at 9:44 PM

ଆଠମଲ୍ଲିକ୩/୧: ନୂଆବର୍ଷ ଆରମ୍ଭରୁ ଚାଲିଗଲା ୨ ଜଣଙ୍କ ଜୀବନ। ବାଇକ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ। ଆଠମଲ୍ଲିକ ଉପଖଣ୍ଡର ଠାକୁରଗଡ଼ ଥାନା ଅନ୍ତର୍ଗତ ପୋକଣ୍ଡା ଗ୍ରାମଠାରେ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ରବିବାର ସଂଧ୍ୟା ପ୍ରାୟ ୬ଟା ବେଳେ ବାଇକ ଏବଂ ପିକ ଅପ୍ ଭ୍ୟାନ ମୁହାଁମୁହିଁ ଧକ୍କା ହୋଇଥିଲା। ଖବର ପାଇବା ଠାକୁରଗଡ ପୋଲିସ ଦୁଇ ବାଇକ ଆରୋହୀଙ୍କୁ ଗୁରୁତର ଭାବରେ ଉଦ୍ଧାର କରିଥିଲେ ମଧ୍ୟ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟଜଣେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଖମାର ଗ୍ରାମର ଜଗଦୀଶ ପ୍ରଧାନ ଓ ତୁମୁରସିଙ୍ଗା ଗ୍ରାମର କୀର୍ତ୍ତନ ନାୟକ। ଉଭୟ ଆଠମଲ୍ଲିକ ବ୍ଲକର ସାପଘରା ପଞ୍ଚାୟତର ବୋଲି ଜଣା ପଡ଼ିଛି।
Related Posts
ନନ୍ଦନକାନନ: ଜଗୁଳିଆଙ୍କ ମାଡରେ ରେଞ୍ଜରଙ୍କ ପୁଅ ଆହତ
26 January 2021
ଦିଗପହଣ୍ଡି: ତ୍ରିରଙ୍ଗା ପତାକାକୁ ଅସମ୍ମାନ
26 January 2021
ସି.ଆର୍.ପି.ଏଫ୍ରେ ଯୋଗ ଦେବେ କର୍ଲାମୁଣ୍ଡାର ଝିଅ ସୌମ୍ୟାରାଣୀ
26 January 2021