ଚାଲ୍ବାଜ୍ : Special Report (13.08.2018)
13/08/2018 at 11:02 PM

ଗଣତନ୍ତ୍ରରେ କହିବାର ଅଧିକାର ସମସ୍ତଙ୍କର ଅଛି । ସରକାରର ନୀତି ଓ ନୈତିକତା ବିରୋଧରେ ସ୍ୱର ଉତ୍ତୋଳନ କରିବାର ଅଧିକାର ଅଛି । ହେଲେ ତା’ର ମାନେ ନୁହେଁ ଅଧିକାର ଆଳରେ ଦେଶ ବିରୋଧରେ ନାରାବାଜି କରିବା । ତା’ର ମାନେ ନୁହେଁ ଦେଶରେ ରହି ଦେଶର ଶତ୍ରୁଙ୍କ ଭାଷା କହିବା । ଆଉ ଦେଶ ବିରୋଧରେ ଷଡ଼ଯନ୍ତ୍ର କରିବା । ଯେଉଁମାନେ ଏମିତି କରୁଛନ୍ତି, ସେମାନଙ୍କୁ ଚିହ୍ନି ରଖିବା ଦରକାର । ଏବେ ଯେତେବେଳେ ଜେ.ଏନ୍.ୟୁ ଛାତ୍ର ଉମର୍ ଖାଲିଦଙ୍କ ଉପରେ ଆକ୍ରମଣ ଉଦ୍ୟମର ଗୋଟେ ଖବରକୁ ନେଇ ବେଶ୍ ଘଣ୍ଟାଚକଟା ଆରମ୍ଭ ହୋଇଛି।