ଚଳନ୍ତା କାର୍‌ରେ ଯୁବତୀଙ୍କୁ ଗଣଦୁଷ୍କର୍ମ ! ପୁରୁଷବନ୍ଧୁଙ୍କୁ ବାନ୍ଧି ତାଙ୍କ ସାମ୍ନାରେ କଲେ ବ୍ୟଭିଚାର

Published By : Prameya-News7 Bureau | March 03, 2020 IST

ଉଦୟପୁର ୦୩।୦୩:  ୨୦୧୨ରେ ଦିଲ୍ଲୀର ଜଣେ ଡାକ୍ତରୀ ଛାତ୍ରୀ (ନିର୍ଭୟା )ଙ୍କ ବସ୍‌ ଭିତରେ ଗଣଦୁଷ୍କର୍ମ ଘଟଣା ସାରା ଦେଶକୁ ସ୍ପବ୍ଧ କରିଦେଇଥିଲା । ୨୦୧୨ରୁ ଏପର୍ଯ୍ୟନ୍ତ ହେବ ୭ବର୍ଷରୁ ଅଧିକ ସମୟ ବିତିଗଲାଣି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ସୁଧୁରିନାହିଁ ମହିଳାଙ୍କ ଉପରେ ଅତ୍ୟାଚାର ଓ ଦୁଷ୍କର୍ମ ମାମଲା । ତେବେ ସେହିପରି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ନିଜ ପୁରୁଷ ସହକର୍ମୀଙ୍କ ସହିତ ଘରକୁ ଯାଉଥିବା ସମୟରେ ଏକ କାରରେ କିଛି ଯୁବକ ଆସି ମହିଳାଙ୍କୁ ଜୋରଜବରଦସ୍ତି ଅପହରଣ କରିନେଇଥିଲେ । ଏବଂ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ ୪ଜଣ ଅଭିଯୁକ୍ତ । ପୋଲିସ ଘଟଣାରେ ତଦନ୍ତ କରି ୨-୩ଜଣ ଅଭିଯୁକ୍ତଙ୍କ ଅଟକ ରଖି ପଚରାଉଚରା ଜାରି ରଖିଥିବାର ସୂଚନା ମିଳିଛି  । ରାଜସ୍ଥାନର ଉଦୟପୁର ଅଞ୍ଚଳରେ ଘଟିଛି ଏଭଳି ଘଟଣା ।

ସୂଚନାଯୋଗ୍ୟ ଯେ, ରାଜସ୍ଥାନର ଉଦୟପୁରର ଗୋବନ୍ଧନବିଳାସ ଥାନା ଅଞ୍ଚଳରେ ଥିବା କାଠିଆବାଡି ହୋଟେଲ ସମ୍ମୁଖରେ ଜଣେ ଯୁବତୀ ଓ ତାଙ୍କ ସହକର୍ମୀ ଘରକୁ ଯିବା ଛିଡା ହୋଇଥିଲେ । କିନ୍ତୁ ହଠାତ୍‌ ଏକ ଅଜଣା କାରି ଆସି ଉଭୟ ଯୁବତୀ ଓ ସହକର୍ମୀଙ୍କୁ ଜବରଦସ୍ତି ଗାଡି ଭିତରକୁ ନେଇଯାଇଥିଲେ । ପରେ ଉଭୟଙ୍କ ଅପହରଣ କରିନେଇଥିଲେ । କେହି କିଛି କହିବା ପୂର୍ବରୁ ଚାରିଜଣ ଯୁବକ ଉଭୟ ଯୁବତୀ ଓ ସହକର୍ମୀଙ୍କୁ ନେଇ ଗାୟବ ହୋଇଯାଇଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ସେମାନେ କାର୍‌କୁ ସହର ସାରା ବୁଲାଇଥିଲେ । ଏବଂ ଅପହରଣ କରିଥିବା ଯୁବତୀ ଭାବେ ଗଣଦୁଷ୍କର୍ମ କରିଥିଲେ । ସହରର ବିଭିନ୍ନ ସ୍ଥାନମାନଙ୍କରେ କାର୍‌କୁ ବୁଲାଉତିଲେ । ଏବଂ ଯୁବତୀଜଣଙ୍କୁ ଦୁଷ୍କର୍ମ କରିଥିଲେ । କିଛି ସମୟ ପରେ ଉଭୟ ଯୁବତୀ ଓ ସହକର୍ମୀଙ୍କ ରାସ୍ତାକଡରେ ଫିଙ୍ଗିଦେଇଥିଲେ । ବିଳମ୍ବିତ ରାତିରେ ପୋଲିସ ଖବର ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ଏବଂ ସେଠାରେ ତାଙ୍କ ଚିକିତ୍ସା କରାଯାଇଛି । ସେପଟେ ପୋଲିସ ମାମଲା ରୁଜୁ କରି ଛାନ୍‌ଭିନ୍‌ ଆରମ୍ଭ କରିଛି । ଇତିମଧ୍ୟରେ ପୋଲିସ ମଧ୍ୟ ଯୁବତୀଙ୍କ ବୟାନ ରେକର୍ଡ କରିଛି । ଖବୁଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ତେବେ ଯୁବତୀ ଜଣଙ୍କ ଘର ଉତ୍ତରପ୍ରଦେଶର ଓ ସେ ରାଜସ୍ଥାନର ଉଦୟପୁରରେ ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀରେ କାମ କରୁଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.