ଚଳନ୍ତା ବସ୍‌ରେ ଯୁବତୀଙ୍କୁ ଅସଦାଚରଣ କରି ଯୁବକ ଗିରଫ

Published By : Prameya-News7 Bureau | February 26, 2020 IST

କୋଲକତା ୨୬।୦୨ - ବୁଧବାରରେ ଏକ ଚଳନ୍ତା ବସ୍‌ରେ ଯୁବତୀଙ୍କୁ ଅସଦାଚରଣ କରି ଜଣେ ଯୁବକ ଗିରଫ ହୋଇଛି । ଦକ୍ଷିଣ କୋଲକତାର ଲେକ୍‌ ଥାନା ନିକଟରେ ଏହି ଘଟଣା ଘଟିଛି । ଜଣେ ପୁଲିସ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ବସ୍‌ରେ ଯୁବତୀଙ୍କୁ ଅସଦାଚରଣ କରାଯାଇଥିବା ନେଇ ପୁଲିସକୁ ସୂଚନା ମିଳିଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଯିବକକୁ ଗିରଫ କରିଛି ।
କୋଲକତାର ଗରିୟାହାଟରୁ ଜାଧବପୁର ଏହି ବସ୍‌ଟି ଯାଉଥିଲା । ସେହି ସମୟରେ ବସ୍‌ ଭିତରେ ଯୁବତୀଙ୍କୁ ଅସଦାଚରଣ କରାଯାଇଥିଲା । ସେ ଫୋନ୍‌ରେ ପୁଲିସକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ । ପରେ ପୁଲିସ ବସ୍‌ ନିକଟରେ ପହଞ୍ଚି ଯୁବକଙ୍କୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.