Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ପଣ୍ଡୁକେଶ୍ୱରରୁ ବାହାରିଲା ବଦ୍ରୀନାଥଙ୍କ ଡୋଲୀ : ଶୁକ୍ରବାର ସାଢେ ୪ଟା ରେ ଖୋଲିବ ମନ୍ଦିର କବାଟ

14/05/2020 at 6:39 PM

ଚମୋଲି ୧୪/୦୫ : ବଦ୍ରୀନାଥ ଧାମ କବାଟ ଖୋଲା ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି | ଆସନ୍ତାକାଲି ଭଗବାନ ବଦ୍ରୀନାଥ ଧାମ କବାଟ ଖୋଲିବ | ଏଥିପାଇଁ ଭଗବାନଙ୍କ ଚଳନ୍ତା ପ୍ରତିମାଙ୍କ ଡୋଲୀ ପାଣ୍ଡୁକେଶ୍ୱରରୁ ବାହାରିଛି | ରାୱଲଙ୍କ ଉପସ୍ଥିତିରେ ଉଦ୍ଧବ, କୁବେର ଏବଂ ଶଙ୍କରାଚାର୍ଯ୍ୟଙ୍କ ଗଡ୍ଡୀ ଡୋଲୀ ସହ ପାଣ୍ଡୁକେଶ୍ୱରରୁ ବଦ୍ରୀନାଥ ଧାମ ଅଭିମୁଖେ ବାହାରିଛି | ବଦ୍ରୀନାଥଙ୍କ ରାୱଲ ଆଜି ନିବାସରେ ହିଁ ରହିବେ | ଆସନ୍ତାକାଲି, ମେ ୧୫ ତାରିଖ ଭୋର ସାଢେ ୪ଟା ସମୟରେ କବାଟ ଖୋଲିବା ପୂର୍ବରୁ ବଦ୍ରୀନାଥ ଧାମରେ ପହଞ୍ଚିବେ | 

ବଦ୍ରୀନାଥ ଧାମ କବାଟ ଏପ୍ରିଲ ୩୦ ତାରିଖ ବୈଶାଖ ଶୁକ୍ଳପକ୍ଷ ସପ୍ତମୀ ତିଥିରେ ଖୋଲିବାର ଥିଲା | ସପ୍ତମୀ ତିଥିରେ ସର୍ବାର୍ଥ ସିଦ୍ଧି ଯୋଗ ଏବଂ ଅମୃତ ସିଦ୍ଧି ଯୋଗ ଅନୁସାରେ ବ୍ରହ୍ମ ମୁହୂର୍ତ୍ତରେ ସାଢେ ୪ଟା ସମୟରେ ମନ୍ଦିର କବାଟ ଖୋଳାଯିବାର ଥିଲା | କିନ୍ତୁ କରୋନା ଭାଇରସ ଓ ଲକଡାଉନ ଯୋଗୁଁ କବାଟ ଖୋଲା ତିଥିରେ ପରିବର୍ତ୍ତନ ହୋଇଥିଲା | ନୂଆ ତିଥି ଅନୁସାରେ ମେ ୧୫ ତାରିଖରେ ବଦ୍ରୀନାଥ ଧାମ କବାଟ ଖୋଳାଯିବାକୁ ନିଷ୍ପତ୍ତି ହୋଇଥିଲା |

ସରକାରଙ୍କ ନିର୍ଦେଶାନୁସାରେ ଟିହରୀ ନରେଶ ବଦ୍ରୀନାଥ ଧାମ କବାଟ ଖୋଲିବା ତିଥି ପରିବର୍ତ୍ତନ କରିଥିଲେ | କିନ୍ତୁ କେଦାରନାଥ ମନ୍ଦିର ସହ ଗଙ୍ଗୋତ୍ରୀ- ଯମୁନେତ୍ରୀ ଧାମର ପଣ୍ଡା ପୁରୋହିତ ଏବଂ ହକ-ହକୁକଧାରୀଙ୍କ ବିରୋଧ ଯୋଗୁଁ ଅନ୍ୟ ତିନି ଧାମର କବାଟ ପୂର୍ବ ନିର୍ଧାରିତ ତାରିଖରେ ହିଁ ଖୋଲାଯାଇଥିଲା |

   Related Posts