ହଜି ଯାଉଛି ଲୋକ ପରମ୍ପରା ଓ ସଂସ୍କୃତି, ଦୁର୍ଲଭ ହେଲେଣି ‘ଚକୁଳିଆ ପଣ୍ଡା’

Published By : Prameya-News7 Bureau | November 03, 2020 IST

ଯାଜପୁର ୩।୧୧: ଆଉ ଶୁଭୁନି ଚକୁଳିଆ ପଣ୍ଡାଙ୍କ ସ୍ୱର। ପବିତ୍ର କାର୍ତ୍ତିକ ମାସରେ ଗାଁ ଗହଳିରେ ଚକୁଳିଆ ପଣ୍ଡାଙ୍କୁ ଭିକ୍ଷା ଦେଲେ କୋଟି ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । କିନ୍ତୁ ବ୍ୟସ୍ତ ବହୁଳ ଆଧୁନିକ ସମାଜରେ ଚକୁଳିଆପଣ୍ଡା ଏବେ ଦୁର୍ଲଭ ହେଲେଣି। କେବଳ ଗାଁ  ମଫସଲରେ କାଁ ଭାଁ  ଚକୁଳିଆ ପଣ୍ଡା ପରମ୍ପରା ଏବେ ବି ବଞ୍ଚିଛି ।

{"id":355638,"width":575,"height":429,"sizeSlug":"large"}

ଧର୍ମ ମାସ କାର୍ତିକ ପଶିଲାଣି । କିନ୍ତୁ ଆଗ ଭଳି ଦେଖାଯାଉନାହାନ୍ତି ଚକୁଳିଆପଣ୍ଡା। ଗାଁ ଗାଁ ବୁଲି ଚକୁଳିଆ ପଣ୍ଡାମାନେ ଭିକ୍ଷାବୃତି କରନ୍ତି। ଗାଁ ଦାଣ୍ଡରେ ସେମାନଙ୍କ ଡାକ ଶୁଣିବାମାତ୍ରେ ଆପଣା ଛାଏଁ ଭିକ୍ଷା ଥାଳି ଧରି ଘରୁ ବାହାରି ଆସିନ୍ତି ମା, ମାଉସୀ । ପିଲାଠାରୁ, ବୃଢା  ସଭିଏଁ ଚକୁଳିଆ ପଣ୍ଡାଙ୍କ ଅକାଟ୍ୟ ବଚନ ଶୁଣିବାକୁ ଧାଇଁ ଆସନ୍ତି । ହେଲେ ହଜି ଯାଉଛି ସଂସ୍କୃତି , ପରମ୍ପରା ଓ କୌଳିକ ବୃତି। ଦାନଧର୍ମ ପରମ୍ପରାକୁ ବଞ୍ଚାଇ ରଖିଥିବା ଚକୁଳିଆ ପଣ୍ଡା ମଧ୍ୟ ନିଜର ପେଶା ବଦଳାଇସାରିଲେଣି । କେଉଁଠି କେମିତି ଗାଁ ମଫସଲରେ ଚକୁଳିଆ ପଣ୍ଡା ଦେଖିବାକୁ ମିଳୁଛନ୍ତି।

{"id":355650,"width":577,"height":564,"sizeSlug":"large"}

ଗାଁ ଠାରୁ ସହର ସବୁଠି ପର୍ବପର୍ବାଣିକୁ ଆଧୁନିକ ଢଙ୍ଗରେ ପାଳୁଛନ୍ତି। ପୂର୍ବ ପୁରୁଷଙ୍କ ବିଶ୍ୱାସ ଅନୁଯାୟୀ ଚକୁଳିଆ ପଣ୍ଡାମାନଙ୍କୁ ଦାନ ଧର୍ମ କଲେ ପୂଣ୍ୟ ମିଳିଥାଏ। ସାଧାରଣତଃ କାର୍ତିକ ମାସରେ ଏହି ଚକୁଳିଆପଣ୍ଡା ମାନେ ଗାଁ ଗାଁ ବୁଲି ଭିକ୍ଷା ବୃତି କରିଥାନ୍ତି। ମନଛୁଆଁ ଲୋକଗୀତ ବୋଲି ସମସ୍ତଙ୍କୁ ଆନନ୍ଦିତ କରିଥାନ୍ତି। ଲୋକମାନେ ସେମାନଙ୍କୁ ଚାଉଳ ,ପରିବା ପତ୍ର ,ଘିଅ ଓ ପଇସା ଦାନ ଆକାରରେ ଦେଇଥାନ୍ତି। ବଦଳରେ ଲୋକ ମାନଙ୍କୁ ଆର୍ଶୀବାଦ କରିଥାନ୍ତି ଚକୁଳିଆ ପଣ୍ଡା।

{"id":355649,"sizeSlug":"large"}

ଏବେ କିନ୍ତୁ ପରପୀଢିରେ ଚକୁଳିଆପଣ୍ଡାଙ୍କ କାମ କରିବାକୁ  କେହି ରାଜି ହଉନାହାନ୍ତି। କିଛି ହାତଗଣତି ଚକୁଳିଆପଣ୍ଡାମାନ ପରମ୍ପରାକୁ ବଜାୟ ରଖିଛନ୍ତି ।ଓଡିଶାର ସଂସ୍କୃତି ଏବଂ ପରମ୍ପରା ନିଆରା। ଚକୁଳିଆ ପଣ୍ଡା ପରମ୍ପରା ଧିରେ ଧିରେ ବୁଡିବାକୁ ବସିଥିବା ବେଳେ ଆଗକୁ କେବଳ ଆଇ ମା କାହାଣୀ ହୋଇ ରହିଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.