କଂଗ୍ରେସ ଛାଡିଥିବା ପୂର୍ବତନ ବିଧାୟକ ଚକ୍ରଧର ପାଇକ ବିଜେଡିରେ ଯୋଗଦେଲେ
6/12/2018 at 11:57 AM

ଭୁବନେଶ୍ବର ୦୬|୧୨: ଆଜି ନବୀନ ନିବାସଠାରେ ପୂର୍ବତନ କଂଗ୍ରେସ ବିଧାୟକ ଚକ୍ରଧର ପାଇକ ବିଜେଡିରେ ଯୋଗଦେଇଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କୁ ଦଳକୁ ସ୍ବାଗତ କରିଛନ୍ତି । ୨୦୦୯ ମସିହାରେ ସେ ଗଜପତି ଜିଲ୍ଲା ମୋହନା ନିର୍ବାଚନମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିଧାନସଭାରେ ସେ ବିରୋଧୀଦଳ ଉପନେତା ମଧ୍ୟ ଥିଲେ । ତେବେ ୨୦୧୪ ମସିହାରେ ସେ କଂଗ୍ରେସ ଛାଡି ସ୍ବାଧୀନ ଭାବେ ମୋହନାରୁ ନିର୍ବାଚନ ଲଢି ହାରିଥିଲେ । ଚକ୍ରଧର ପାଇକ ମୋହନା ଅଞ୍ଚଳରେ ଆଦିବାସୀ ନେତା ଭାବେ ବେଶ୍ ଜଣାଶୁଣା ।
Related Posts
କଟକ ଏଆର୍ସିରେ ଭୟାବହ ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟ ଜାରି
28 January 2021
ରାଜ ଠାକରେଙ୍କୁ ଫେବୃଆରୀ ୬ରେ ଅଦାଲତରେ ହାଜର ହେବାକୁ କୋର୍ଟଙ୍କ ଆଦେଶ
28 January 2021
ବେଆଇନ ସସ୍ କାରଖାନା ଉପରେ ଚଢାଉ, ଜଣେ ଗିରଫ
28 January 2021