Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ସୋସିଆଲ୍ ମିଡିଆରେ ବୁଡ଼ି ନ ରହି ନିଜ ପାଇଁ ସମୟ ଦିଅ : ପ୍ରଫେସର ଅଶୋକ ମହାପାତ୍ର

28/03/2019 at 4:32 PM

ଭୁବନେଶ୍ବର ୨୮|୩ : ସୋଆ ଅନ୍ତର୍ଗତ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍)ର ବାର୍ଷିକ ଉତ୍ସବ “ଚକ୍ରବ୍ୟୁହ ଆଣ୍ଡ ଜେନେସିସ୍-୨୦୧୯”ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ସ୍ବାସ୍ଥ୍ୟ ନିର୍ଦ୍ଦେଶକ ପ୍ରଫେସର ଅଶୋକ ମହାପାତ୍ର ଯୋଗଦେଇଥିଲେ ।

ଘଂଟା ଘଂଟା ଫେସବୁକ୍, ହ୍ବାଟସଆପ୍, ଟ୍ବିଟର୍ ଭଳି ସୋସିଆଲ୍ ମିଡିଆରେ ସମୟ ନଷ୍ଟ କରିବା ଅପେକ୍ଷା ନିଜ ପାଇଁ ସମୟ ଦିଅ । ନିଜ ଶରୀରର ଯତ୍ନ ନିଅ । ନଚେତ୍ ଏଭଳି ସମୟ ଆସିବ ସବୁଥିବ କିନ୍ତୁ ନିଜ ପାଇଁ ସମୟ ନଥିବ । ତେଣୁ ନିଜର ଜୀବନଧାରାରେ ପରିବର୍ତନ ଆଣିବା ନିହାତି ଆବଶ୍ୟକ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ସ୍ବାସ୍ଥ୍ୟ ନିର୍ଦ୍ଦେଶକ ପ୍ରଫେସର ଅଶୋକ ମହାପାତ୍ର ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଥିଲେ ।

ପ୍ରଫେସର ମହାପାତ୍ର କହିଥିଲେ ଯେ, ମେଦବହୁଳତା ଏବଂ ଶରୀରରେ ଅଧିକ ଓଜନ ରହିବା ସବୁ ରୋଗର ମୂଳ କାରଣ । ତେଣୁ ନିଜକୁ ସୁସ୍ଥ ରଖିବା ନିହାତି ଜରୁରୀ । ପଇସା ଦ୍ବାରା ସୁସ୍ଥ ଶରୀର, ମନର ଶାନ୍ତି କିମ୍ବା ନିଦ କିଣି ହୁଏ ନାହିଁ । ଏଥିପାଇଁ ନିଜକୁ ସଚେତନ କରାଇବାକୁ ପଡ଼ିବ । ସେ କହିଛନ୍ତି ଜୀବନରେ କର୍ମ ହିଁ ସବୁକିଛି । ଆମକୁ କର୍ମ କରିବାକୁ ପଡ଼ିବ । ନିଜର ମାନବିକତାକୁ ସମୃଦ୍ଧ କରି ଅନ୍ୟର ବିକାଶ ପାଇଁ କାର୍ଯ୍ୟ କରିବାକୁ ପଡ଼ିବ । ଟଙ୍କା ଆମକୁ କ୍ଷଣିକ ପାଇଁ ସୁଖ ଦେଇଥାଏ କିନ୍ତୁ ସାରା ଜୀବନ ଖୁସିରେ ରହିବାକୁ ହେଲେ ସ୍ବାସ୍ଥ୍ୟକୁ ଗୁରୁତ୍ବ ଦେବା ଆବଶ୍ୟକ  । ଆଉ ଯୁବଗୋଷ୍ଠୀ ସୁସ୍ଥ ରହିଲେ ହିଁ ଦେଶ ବିକଶିତ ହେବ ବୋଲି ସେ କହିଛନ୍ତି ।

ସେହିପରି  ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଇଟିସି-ଆଇଓସିର ନିର୍ଦ୍ଦେଶକ ପ୍ରଫେସର ଭାସ୍କର ନାରାୟଣ ଥୋରଟ୍ କହିଥିଲେ ଯେ, ଦିନକୁ ଦିନ ସବୁ କ୍ଷେତ୍ରରେ ପ୍ରତିଯୋଗିତା ବୃଦ୍ଧି ପାଉଛି । ଏଥିପାଇଁ ଛାତ୍ରଛାତ୍ରୀମାନେ ଆରାମଦାୟକ ଜୀବନଶୈଳୀରୁ ବାହାରି ନିଜକୁ ପ୍ରସ୍ତୁତ କରିବା ପାଇଁ କଠିନ ପରିଶ୍ରମ କରନ୍ତୁ । ପ୍ରଫେସର ଥୋରାଟ୍ କହିଥିଲେ ଯେ ପୂର୍ବାପେକ୍ଷା ବର୍ତମାନ ଶିକ୍ଷାଦାନ ପ୍ରଣାଳୀରେ ବିରାଟ ପରିବର୍ତନ ଆସିଛି । ପୂର୍ବରୁ ଶିକ୍ଷକମାନେ ଶ୍ରେଣୀକୁ ଆସିଲା ବେଳେ ଚକ୍ ଧରି ଆସୁଥିଲେ ଏବେ ଲାପଟପ୍ ନେଇ ଆସୁଛନ୍ତି ।

ବିଶ୍ବବିଦ୍ୟାଳୟ କ୍ଷେତ୍ରରେ ଗବେଷଣାକୁ ଅଧିକ ଗୁରୁତ୍ବ ଦେବା ସହ ଅଧ୍ୟାପକ-ଅଧ୍ୟାପିକାମାନେ ବିଭିନ୍ନ ବିଷୟବସ୍ତୁ ଉପରେ ଗବେଷଣା ଜାରି ରଖିବା ବୋଲି ପ୍ରଫେସର ଥୋରାଟ୍ କହିଥିଲେ ।

କାର୍ଯ୍ୟକ୍ରମରେ ଆଇଟିଇଆର୍ ଡିନ୍ ପ୍ରଫେସର ପି.କେ.ସାହୁ ସ୍ବାଗତ ଅଭିଭାଷଣ ରଖିଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ପ୍ରଫେସର ରଞ୍ଜନ ମଲିକ୍ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସରରେର ଆଇଟିଇଆର୍ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

   Related Posts