ପୁଣି ଚକଡା ଚଡକ , ଚିନ୍ତାରେ ଚାଷୀ -ଧାନ ଗଛର ମୂଳରୁ ଚୁଳ ଯାଏ ଚକଡା ପୋକ ଭର୍ତ୍ତି

Published By : Prameya-News7 Bureau | October 23, 2019 IST

ସୁବର୍ଣ୍ଣପୁର ୨୩।୧୦ - ସାରା ରାଜ୍ୟରେ ଧାନ ଉତ୍ପାଦନରେ ନାଁ କରିଛି ସୁବର୍ଣ୍ଣପୁର ଜିଲ୍ଲା । ଜିଲ୍ଲାର ୪ଟି ବ୍ଲକରୁ ଉତ୍ପାଦିତ ହୋଇଥାଏ ରେକର୍ଡ ସଂଖ୍ୟକ ଧାନ । କିନ୍ତୁ ଚଳିତ ବର୍ଷ ଚକଡା ଭାଙ୍ଗି ଦେଇଛି ଚାଷୀର ମେରୁଦଣ୍ଡ ।ସମଗ୍ର ଜିଲ୍ଲାରେ ଏବେ ଚକଡା ପେ।କର ପ୍ରଦୁର୍ଭାବ ।

ସୁବର୍ଣ୍ଣପୁରରେ ଚକଡା ପେ।କ ଆତଙ୍କ ।ଗଛ ମୂଳରୁ ଚୁଳ ଯାଏ ପେ।କ ଭର୍ତ୍ତି । ଧାନ କ୍ଷେତ ହଳଦିଆ ପଡିଗଲାଣି । ଯୁଆଡେ ଚାହିଁଲେ ପେ।ଲା ମାରିଗଲାଣି ଧାନ ।କେବଳ ସେତିକି ନୁହେଁ ପାଣିରେ ବି ପେ।କ ସାଲୁବାଲୁ ।ଜିଲ୍ଲାର ବିନିକା ଅଂଚଳର ମହଦା,ଉର୍ଲେ, ସଲେଡି,ନୂଆଁପାଲି ଗାଁରେ ଚକଡା ପେ।କର ପ୍ରାଦୁର୍ଭାବ ଦେଖିବାକୁ ମିଳୁଛି ।ଜଳସେଚନର ସୁବିଧା ଥିବାରୁ ଧାର କରଜ କରି ଚାଷ କରିଥିଲା ଚଷା ପୁଅ । ହେଲେ ଅମଳ ବେଳକୁ ଦାଉ ସାଧିଛନ୍ତି ଚକଡା । ତେବେ ଧାର ଯଦି ନଷ୍ଟ ହେ।ଇଯାଏ କେମିତି କରଜ ସୁଝିବେ ଏବେ ସେଇ ଚିନ୍ତା ଘାରିଛି ।

ସୁବର୍ଣ୍ଣପୁର ଜିଲ୍ଲାକୁ ଓଡିଶାର ଭାତହାଣ୍ଡି କୁହାଯାଉଥିବା ବେଳେ ବିନିକା ବ୍ଲକରୁ ହିଁ ଅଧିକ ଧାନ ଉତ୍ପାଦନ ହେ।ଇଥାଏ । ହେଲେ ଏଥର ଚାଷୀଙ୍କ ନିଦ ହଜାଇ ଦେଇଛି ଚକଡା ପେ।କ। ଅପରପକ୍ଷେ ଫସଲ ସୁରକ୍ଷା ପାଇଁ ଗାଁ ଗାଁରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଚାଷୀଙ୍କୁ ଅଧା ଦାମରେ କୀଟ ନାଶକ ଔଷଧ ଯୋଗାଇ ଦିଆଯାଉଥିବା କହିଛନ୍ତି ବିନିକା ସହକାରୀ କୃଷି ଅଧିକାରୀ ।

{"id":173766}

ଦିନ କେଇଟା ପରେ ଅମଳ ହେ।ଇଥାଆନ୍ତା ଧାନ । କିନ୍ତୁ ଚକଡା ପେ।କ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି ।ଚକଡା ରୋଗରେ କ୍ଷତିଗ୍ରସ୍ତ ହୋଇଥିବା  ଚାଷୀଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.